ଜାତୀୟ ରାଜପଥରେ ବେପରୱା ଗାଡି ଚାଳନା : ସ୍କୁଟର ପଛରେ ଧକ୍କା ଦେଲା ଟ୍ରକ୍ !!!

0
177

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଟାଉନ ମଧ୍ୟରେ ଯାଇଥିବା ୫୫ ନମ୍ୱର ଜାତୀୟ ରାଜପଥ ପୁଣି ମୁଣ୍ଡ ନେଇଛି । ଶନିବାର ଅପରାହ୍ନରେ ଟ୍ରକ୍ ଡ୍ରାଇଭର ର ବେପରୁଆ ଗାଡ଼ି ଚାଳନା ଯୋଗୁଁ ଦୁର୍ଘଟଣାରେ ଜଣେ ମହିଳାଙ୍କର ଅକାଳ ମୃତ୍ୟୁ ଘଟିଛି । ସ୍କୁଟର ପଛରେ ଟ୍ରକ୍ ଧକ୍କା ଦେବାରୁ ସ୍କୁଟର ଆରୋହୀ ମହିଳାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ବେଳେ ତାଙ୍କ ସ୍ଵାମୀ ଓ ପୁଅ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଛି । ଅନୁଗୁଳ କଲେଜ ଛକ ଅଞ୍ଚଳର ବାସିନ୍ଦା ରମେଶ ଦାଶ, ତାଙ୍କ ପତ୍ନୀ ଲିଲି ଓ ପୁଅ ଜଣେ ସମ୍ପର୍କୀୟଙ୍କ ଘରକୁ ସ୍କୁଟରରେ ଯାଉଥିବା ବେଳେ ସ୍ଥାନୀୟ କାଲଟାକ୍ସ ଛକ ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ସମ୍ବଲପୁର ପଟୁ ଦୃତ ଗତିରେ ଆସୁଥିବା ଏକ ଟ୍ରକ୍ ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଉତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରି ରଖିଥିଲେ । ଖବର ପାଇ ଅନୁଗୁଳ ଟାଉନ ଥାନା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା ।

LEAVE A REPLY

Please enter your comment!
Please enter your name here