!!! ଆନ୍ଦୋଳନ ପାଇଁ ସଜବାଜ ହେଉଛି ପଶ୍ଚିମ ବାଙ୍କୀ କୃଷକ ପରିଷଦ !!!
କଳାପଥର ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ରାଜ୍ୟରେ ଫସଲ ଉଜାଡି ଦେଇଛି ଲଗାଣ ବର୍ଷା . ବିଲରେ ପାଣି ଜମି ପାଚିଲା ଧାନ ପୋଚରି ଯାଇଛି . ଫସଲ ନଷ୍ଟ ପରେ ଏବେ ଚିନ୍ତାରେ ଚାଷୀ . ବାଙ୍କୀ ନିର୍ବାଚନ ମଣ୍ଡଳୀରେ ବାତ୍ୟା ପ୍ରଭାବରେ ହୋଇଥିବା ଲଗାଣ ବର୍ଷା ପ୍ରଭାବରେ ଏକର ଏକର ଧାନ ଚାଷ ନଷ୍ଟ ହୋଇଥିବା ସମୟରେ କ୍ଷୟକ୍ଷତିର ସଠିକ ଆକଳନ ପାଇଁ ଦାବୀ ରଖିଛି କୃଷକ ପରିଷଦ .

