ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ନୟାଗଡ ଜିଲ୍ଲା ଭାପୁର ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନ ଆରମ୍ଭ . ମାନ୍ୟବର ବାଣିଜ୍ୟ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ପଦ୍ମନାଭ ବେହେରା ଙ୍କ ଦ୍ଵାରା ଭାପୁର ବ୍ଲକର ରାକମା, କଇଁଫୁଲିଆ, ବାଉଁସବାଟି, ଧାନଚେଙ୍ଗେଡ଼ା ଗ୍ରାମ ପଞ୍ଚାୟତ ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ ଶୁଭାରମ୍ଭ ହୋଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ , ଭାପୁର ବ୍ଲକ ଉପଧାକ୍ଷ ଗୟାଧର ପରିଡ଼ା , ଭାପୁର ବିଡ଼ିଓ ଜନ୍ମେଜୟ ସାହୁ , ଭାପୁର ତହସିଲଦାର ଶ୍ରୀମତୀ ତୃପ୍ତିରେଖା ମହାନ୍ତି ଯୋଗ ଦେଇଥିଲେ । କଇଁଫୁଲିଆ ପଞ୍ଚାୟତର ୬୫୭ ଜଣ ହିତାଧିକାରୀ ଓ ରାକମା ଗ୍ରାମ ପଞ୍ଚାୟତର ୭୯୮ ଜଣ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଗଲା । ଗରିବ ଲୋକମାନେ ଆବଶ୍ୟକ ସ୍ଥଳେ ଡାକ୍ତରଖାନାରେ ଏହି କାର୍ଡ ଦ୍ଵାରା କିଭଳି ସୁବିଧାରେ ଚିକିତ୍ସିତ ହୋଇପାରିବେ ତାହା ଲୋକ ମାନଙ୍କୁ ବୁଝାଇଥିଲେ ଖଣ୍ଡପଡ଼ା ବିଧାୟକ ।
ଭାପୁର ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନ !!!

