ଉତ୍କଳ ବିକାଶ ପରିଷଦ ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ରାଜକୃଷ୍ଣ ବୋଷଙ୍କ ୧୨୧ ତମ ଜୟନ୍ତୀ ପାଳିତ !!!

Spread the love

କଟକ ସଦର ( ଆୱାଜ୍ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର କିଶନନଗର ମାଟିର ବୀରପୁତ୍ର ସ୍ୱାଧୀନତା ସଂଗ୍ରାମୀ ପ୍ରଥମ ରାଜବନ୍ଦୀ ତଥା ପୂର୍ବତନ ମନ୍ତ୍ରୀ ସ୍ଵର୍ଗତ ରାଜକୃଷ୍ଣ ବୋଷଙ୍କ ୧୨୧ ତମ ଜୟନ୍ତୀ କିଶନନଗର ଠାରେ ଉତ୍କଳ ବିକାଶ ପରିଷଦ ପକ୍ଷରୁ ପାଳିତ ହୋଇଯାଇଛି . ପରିଷଦର ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ପୌରୋହିତ୍ୟ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ସମାଜସେବୀ ସୁଜାତା ସେଠୀ, ଡ.କିଶୋର ଦାସ, ସମାଜସେବୀ ଦିଲୀପ ମହାନ୍ତି, ହିନ୍ଦୁ ଜାଗରଣ ମଞ୍ଚର ଆବାହକ ତନ୍ମୟ ଦାଶ, ଅଧ୍ୟାପକ ଧରଣୀଧର ଜେନା, ପୂର୍ବତନ ସରପଞ୍ଚ ଛତ୍ରପତି ସିଂ, ହେମନ୍ତ କୁମାର ପଣ୍ଡା, ଦେବୀ ପ୍ରସାଦ ପତି, ନାଟ୍ୟକାର ଅଶୋକ ପଟ୍ଟନାୟକ, ଅନ୍ତାତ ନାଥ ଯୋଗଦେଇ ପ୍ରଥମେ ରାଜକୃଷ୍ଣ ବୋଷଙ୍କ ପ୍ରତିମୂର୍ତ୍ତୀ ମାଲ୍ୟାର୍ପଣ କରିବା ସହ ବୋଷଙ୍କର କିଶନନଗର ପ୍ରତି ଯେଉଁ ଅବଦାନ ଅଛି ତାହା ଉପରେ ଆଲୋକପାତ କରିଥିଲେ । ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦ ପକ୍ଷରୁ ଗୁରୁ ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *