ନୟାଗଡ ଜିଲ୍ଲା ଭାଜପା ଶାଖାର କାର୍ଯ୍ୟକାରିଣୀ ବୈଠକ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଭାରତୀୟ ଜନତା ପାର୍ଟି ନୟାଗଡ଼ ଜିଲ୍ଲା ଶାଖାର କାର୍ଯ୍ୟକାରିଣୀ ବୈଠକ ଶରଣକୁଳ ସ୍ଥିତ ଶିଖରପୁର କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସଭାପତି ଲାଲା ମନୋଜ ରାୟ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୂର୍ବତନ ସମବାୟ ମନ୍ତ୍ରୀ ଶ୍ରୀମତୀ ସୁରମା ପାଢ଼ୀ, ପୂର୍ବତନ ଖଣ୍ଡପଡ଼ା ବିଧାୟକ ସିଦ୍ଧାର୍ଥ ଶେଖର ସିଂ, ଦଶପଲ୍ଲା ପୁର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁକାନ୍ତ ପାଣିଗ୍ରାହୀ ଉପସ୍ଥିତ ରହିଥିଲେ .

ଜିଲ୍ଲାର ବିଭିନ୍ନ ମୈାଳିକ ସମସ୍ୟା ବିଷୟରେ ଆଲୋଚନା କରାଯିବା ସହ ପଞ୍ଚାୟତ ନିର୍ବାଚନ କୁ ଦୃଷ୍ଟିରେ ରଖି ବିଜୁ ସ୍ୱାସ୍ଥ୍ୟ ବିମା ନାମରେ ରାଜ୍ୟ ବାସୀ ଙ୍କୁ ଭୁଆଁ ଭୁଲା ଯାଉଥିବା, ସ୍କୁଲ ମାନଙ୍କରେ ମହାପୁରୁଷଙ୍କ ଫଟ ସ୍ଥାନରେ ନବୀନ ବାବୁ ଏବଂ ପାଣ୍ଡିଆନ୍ ଙ୍କ ଫଟ ଚିତ୍ର ରଖି ରାଜନୀତି କରିବା , ଜିଲ୍ଲା ରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା , ବୃତଙ୍ଗ ଚିନିକଳ, କୃଷକ ମାନଙ୍କର ବକେୟା ରାଶି ପାଇବା ଏପରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ନୟାଗଡ଼ କୁ ମେମୁ ଟ୍ରେନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା କୁ ୨୦୨୫ ମସିହା ବୃଦ୍ଧି କରାଯିବା ଯୋଗୁଁ ମାନନୀୟ ପ୍ରଧାନମନ୍ତ୍ରୀ ମୋଦି ଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା । ଆୟୋଜିତ ବୈଠକରେ ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ସନ୍ତୋଷ ପ୍ରଧାନ, ଜିଲ୍ଲା ସମ୍ପାଦକ ତାପସ ରଞ୍ଜନ ମାର୍ଥା ଏବଂ ସମସ୍ତ ଜିଲ୍ଲା ସ୍ତରୀୟ ପଦାଧିକାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *