ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ରେ ଏହି ବର୍ଷର ପ୍ରଥମ ଲୋକ ଅଦାଲତ ରେ 25,00,000.00 ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ 12.3.2022 ତାରିଖ ଦିନ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏହି ବର୍ଷ ର ପ୍ରଥମ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ଙ୍କ ନିର୍ଦ୍ଦେଶ ଅନୁଯାୟୀ ଆୟୋଜିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ରେ ଗଜପତି ଜିଲ୍ଲା ତଥା ଦୌରା ଜଜ ଶ୍ରୀ ସତ୍ୟ ପିର ମିଶ୍ର ଉପସ୍ଥିତ ରହି ବିଭିନ୍ନ କୋର୍ଟ କାର୍ଯ୍ୟ ତଦାରଖ ସଙ୍ଗେ ସଙ୍ଗେ ନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ।ପ୍ରାଧିକରଣ ସଚିବ ଶ୍ରୀ ରବି ନାରାୟଣ ବେହେରା ଉପସ୍ଥିତ ରହି କୋର୍ଟ କାର୍ଯ୍ୟ ପରିଚାଳନା ରେ ସହଯୋଗ ପ୍ରଦାନ କରିଥିଲେ।ଆୟୋଜିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ରେ ବିଭିନ୍ନ ପ୍ରକାର ର ଵିଚାର ଧୀନ ଥିବା ମାମଲାରେ ତ୍ୱରିତ ବିଚାର ପାଇଁ ପଦକ୍ଷେପ ସ୍ୱରୂପ ବିଭିନ୍ନ କୋର୍ଟ ବ୍ୟାଞ୍ଚ ମାନ ପ୍ରତିଷ୍ଠା କରାଯାଇଥିଲା।ଲୋକ ଅଦାଲତ ରେ ପରିବାର ଅଦାଲତ ଜଜ ଶ୍ରୀ ସୁବ୍ରତ ମହାନ୍ତି, ଅତିରିକ୍ତ ଜିଲ୍ଲା ଜଜ ଶ୍ରୀ ହେମନ୍ତ କୁମାର ସେଠୀ, ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ମାନସ ରଞ୍ଜନ ପଣ୍ଡା,ସବ ଜଜ ଶ୍ରୀ ଦୀପଙ୍କର ପଟ୍ଟନାୟକ, କୋର୍ଟ ରେଜିଷ୍ଟାର ଶ୍ରୀ ସତ୍ୟ ବ୍ରତ ରାଣା,ଉପଖଣ୍ଡିୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୀମତି ବର୍ଷା ଶର୍ମା, ପ୍ରଥମ ଶ୍ରେଣୀ ୟ ବିଚାର ବିଭାଗୀୟ ଅଧିକାରିଣୀ (ମହିଳା ବିଭାଗ) ସୁଶ୍ରୀ ଶୁଭ ଲକ୍ଷ୍ମୀ ପ୍ରିୟଦର୍ଶୀନି ପ୍ରମୁଖ ଉପସ୍ଥିତ ରହି ନିଜ ନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ।ସେହି ପରି ଭାବେ ଆର ଉଦୟଗିରି କୋର୍ଟ ଠାରେ ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତ ରେ ସବ ଜଜ ଶ୍ରୀ ବିଶ୍ୱେଶ୍ୱର ବିଶ୍ୱ ପ୍ରକାଶ ରାୟ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ପାରଶ ପାଢ଼ୀ, ମୋହନା କୋର୍ଟ ପ୍ରଥମ ଶ୍ରେଣୀୟ ବିଚାର ବିଭାଗୀୟ ଅଧିକାରିଣୀ ଶ୍ରୀମତି ଅନନ୍ୟା ଦାଶ ଓ କାଶୀ ନଗର ଗ୍ରାମ୍ୟ ନ୍ୟାୟାଳୟ ର ପ୍ରଥମ ଶ୍ରେଣୀ ୟ ବିଚାର ବିଭାଗୀୟ ଅଧିକାରିଣୀ ରେଶମା ଧଳ ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ।ଆୟୋଜିତ ଲୋକ ଅଦାଲତରେ ରାଜ୍ୟ ଆଇନ ସେବା ପ୍ରାଧିକରଣ ଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ରାଷ୍ଟ୍ରୀୟ ବ୍ୟାଙ୍କ ର ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହି ବିଭିନ୍ନ ବ୍ୟାଙ୍କ ସମ୍ବନ୍ଧୀୟ ବିଭିନ୍ନ ମାମଲାର ସମାଧାନ ପାଇଁ ଚେଷ୍ଟା କରିଥିଲେ। ଆୟୋଜିତ ଏହି ଲୋକ ଅଦାଲତ ରେ ଜିଲ୍ଲା କୋର୍ଟ ଓକିଲ ସଂଘ ସଭାପତି ଶ୍ରୀ ରାମ ନାଥ ମିଶ୍ର ଙ୍କ ସମେତ ସମସ୍ତ ବରିଷ୍ଠ ଓକିଲ ବୃନ୍ଦ ଉପସ୍ଥିତ ରହି ବିଭିନ୍ନ କୋର୍ଟରେ ନିଜ ନିଜ କେସ ମକଦ୍ଦମା ରେ ସହଯୋଗ ପ୍ରଦାନ କରିଥିଲେ।ଏହି ଲୋକ ଅଦାଲତ ରେ ସମୁଦାୟ 312 ଟି କେସକୁ ବିଚାର କୁ ନିଆଯାଇ 79 ଟି ମାମଲା ର ତ୍ୱରିତ ସମାଧାନ କରାଯାଇ 25,00,000. ଜରିମାନା ଆଦାୟ କରାଯାଉଥିଲା। ଏହି ଲୋକ ଅଦାଲତରେ 91 ଟି ବ୍ୟାଙ୍କ କେସ ରୁ 22 ଟି କେସ ଫଇସଲା ହୋଇଯାଇଛି ଏହି ଲୋକ ଅଦାଲତ କୁ ପ୍ରାଧିକରଣ ର କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।
ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ !!!

