ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ବାଘ ଆତଙ୍କ !!!

Spread the love

ଛେଣ୍ଡିପଦା ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ବାଘ ଆତଙ୍କ। ସ୍ଥାନୀୟ ବନବିଭାଗ କାର୍ଯ୍ୟାଳୟ ନିକଟସ୍ଥ ଏମସିଏଲ ପାଚେରୀ ଉପରେ ମଙ୍ଗଳବାର ଭୋରରୁ ଏକ କଲରାପତରିଆ ବାଘ ଦେଖି ଲୋକେ ଆତଙ୍କିତ ହୋଇଛନ୍ତି। ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ବାଘକୁ କାବୁ କରିପାରିନାହିଁ । ସୂଚନାନୁଯାୟୀ, ସବୁଦିନ ଭଳି ମଙ୍ଗବାର ମଧ୍ୟ ସ୍ଥାନୀୟ ଅଞ୍ଚଳର ବୟସ୍କ ଲୋକମାନେ ଏମସିଏଲ ପାଖରେ ଥିବା ଯୋଗ କେନ୍ଦ୍ରକୁ ଯୋଗ କରିବାକୁ ଯାଇଥିଲେ। ଏହି ସମୟରେ ପାଚେରୀ ଉପରେ ଏକ କଲରାପତରିଆ ବାଘକୁ ସେମାନେ ଦେଖିଥିଲେ। କିଛି ଲୋକ ବାଘର ଫଟୋ ବି ଉଠାଇଛନ୍ତି। ଏ ନେଇ ବନବିଭାଗକୁ ଖବର ଦେବା ପରେ ସେମାନେ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରିଛନ୍ତି। କିନ୍ତୁ ବାଘର କୌଣସି ସନ୍ଧାନ ପାଇନଥିବା ଛେଣ୍ଡିପଦା ବନାଞ୍ଚଳ ଅଧିକାରୀ ପ୍ରତାପ ଚନ୍ଦ୍ର ରାଉଳ କହିଛନ୍ତି। ଅନ୍ୟପଟେ କଲରାପତରିଆ ବାଘର ଫଟୋ ଭାଇରାଲ ହେବା ପରେ ଲୋକମାନେ ଆତଙ୍କିତ ଥିବା ଦେଖାଯାଇଛି।

Leave a Reply

Your email address will not be published. Required fields are marked *