ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ପାରିବାରିକ କଳହ ର ଭୟଙ୍କର ପରିଣତି . ସ୍ଵାମୀଙ୍କ ପରକୀୟା ପ୍ରିତୀ କାରଣରୁ ଶରୀରରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କଲେ ବିବାହିତା ମହିଳା . ଏପରି ଅଭାବନୀୟ ଘଟଣା ସାମନାକୁ ଆସିଛି ବୈଦେଶ୍ଵର ଥାନା ଅଧିନସ୍ଥ ନୂଆଗାଁ (ଖଜୁରୀପଦା) ଗ୍ରାମରୁ . ସୂଚନା ଅନୁସାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ଜ୍ୟୋତି ପ୍ରଧାନ ଙ୍କ ସ୍ୱାମୀ ସୁରେଶ କୁମାର ପ୍ରଧାନ ନିଜ ବଡ଼ ଭାଇ ଙ୍କ ସ୍ତ୍ରୀ ସହିତ ଶାରୀରିକ ଅନୈତିକ ସମ୍ପର୍କ ସ୍ଥାପନ କରୁଥିବାର ଅଭିଯୋଗ ଆସିଥିଲା . ଯାହାକୁ ନେଇ ତାଙ୍କ ସ୍ତ୍ରୀ ଜ୍ୟୋତି ବାରମ୍ବାର ପ୍ରତିବାଦ କରିବା ପରେ ବି ସୁରେଶ ନିଜ ଭାଉଜ ଙ୍କ ସହିତ ନିରନ୍ତର ସମ୍ପର୍କ ସ୍ଥାପନ କରୁଥିଲେ । ଦୁଇ ଦିନ ତଳେ କିନ୍ତୁ ଏହି କଥାକୁ ବିରୋଧୀ କରିବାରୁ ରାତିରେ ତାଙ୍କ ବଡ଼ ଭାଉଜ ଙ୍କ ସହିତ ପାଟି ତୁଣ୍ଡ ହୋଇଥିଲା . ସେହି ଘଟଣା ଅଧାର ରେ ଗତକାଲି ସକାଳ ୮ ଘଟିକା ସମୟରେ ନିଜ ଘର ଭିତରେ ନିଜ ଉପରେ କିରୋସିନ୍ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଜ୍ୟୋତି ପ୍ରଧାନ . ଘଟଣା ସମ୍ପର୍କରେ ଜଣା ପଡିବା ପରେ ୧୦୮ ଆମ୍ବୁଲାନ୍ସ ଓ ଅଗ୍ନିଶମ କର୍ମଚାରୀ ଙ୍କ ସାହାଯ୍ୟରେ ତାଙ୍କୁ ଉଦ୍ଧାର କରାଯାଇ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ଚାଲୁଅଛି । ତେବେ ଆତ୍ମହତ୍ୟା ଉଦ୍ୟମ କାରଣରୁ ଜ୍ୟୋତିଙ୍କର ଶରୀର ର ବିଭିନ୍ନ ଅଂଶ ପୋଡି ଯାଇ ଗୁରୁତର ହୋଇଥିବା ସୂଚନା ମିଳିଛି .
ବିବାହିତା ମହିଳାଙ୍କ କିରୋସିନ୍ ଢାଳି , ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ !!!

