ସୋପାନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଳକର କେରାଣ୍ଡି ପଞ୍ଚାୟତରର ବି.ସୀତାପୁର ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ର ଠାରେ ସୋପାନ କାର୍ଯ୍ୟକ୍ରମ କୁ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ରିବନ କାଟି ଶୁଭ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ହେଲା ପୁଷ୍ଟି ଓ ସ୍ୱାସ୍ଥ୍ୟର ଉନ୍ନତି । ଏହି କାର୍ଯ୍ୟକ୍ରମ ଦ୍ୱାରା ସମସ୍ତ ଗର୍ଭବତୀ, ପ୍ରସୂତୀ ମା’ , ସମନ୍ୱିତ ଶିଶୁ ବିକାଶ ଯୋଜନା ପ୍ରକଳ୍ପ ଛତୁଆ ସହ କେନ୍ଦ୍ରରେ ସୋପାନ କାର୍ଯ୍ୟକ୍ରମରେ ଗରମ ରନ୍ଧା ଖାଦ୍ୟ 300 ଦିନ ( ବର୍ଷକୁ ) ପାଇ ପାରିବେ । କିଶୋରୀ ବାଳିକା ( 15 ରୁ 19 ବର୍ଷ ) ସପ୍ତାହ କୁ ତିନିଟି ଅଣ୍ଡା ଓ ପୁଷ୍ଟିହୀନ ଶିଶୁ ମାନେ THR ପାଇବେ । ଏହା ଦ୍ବାରା ସମସ୍ତ ମାଆ ଓ ଶିଶୁର ସ୍ୱାସ୍ଥ୍ୟର ଉନ୍ନତି ଘଟିବ । ଗଜପତି ଜିଲ୍ଲାର ସମସ୍ତ 2436 ଗୋଟି କେନ୍ଦ୍ରରେ 1.4.2022 ତାରିଖ ଠାରୁ ସୋପାନ କାର୍ଯ୍ୟକ୍ରମ ଆରମ୍ଭ ହେଲା । ଏହା ବ୍ଳକର ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ରରେ ଶୁଭାରମ୍ଭ ହେଲା । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା କତଲକଇଠା କେନ୍ଦ୍ରରେ ଶୁଭାରମ୍ଭ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ବି. ସୀତାପୁର ଠାରେ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ପ୍ରୋଗ୍ରାମ ଅଫିସର ଶ୍ରୀମତି କେ. ସୁନିତା, ଅଜୟ ନାୟକ NOP ମେନେଜର, ସୁପରଭାଇଜର ଶାରଳା ପାତ୍ର ସୁପରଭାଇଜର ଉପସ୍ଥିତ ଥିଲେ । ବ୍ଳକ ତରଫରୁ ସୁପରଭାଇଜର ସୁଜାତା ଗନ୍ତାୟତ , ଶଶୀ ଗୋମାଙ୍ଗ ଉପସ୍ଥିତ ଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ବି .ସୀତାପୁରର ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳି ପଣ୍ଡା ପରିଚାଳନା କରିଥିବା ବେଳେ ଏହାକୁ ସହଯୋଗ କରିଥିଲେ ମିନି ଅଙ୍ଗନବାଡି କର୍ମୀ କେ.ବିଜୟ ଲକ୍ଷ୍ମୀ , ଆଶା କର୍ମୀ ଏନ. ତ୍ରିବେଣୀ , ହେଲ୍ପର ପଦ୍ମାବତୀ ପ୍ରଧାନ ପ୍ରମୁଖଙ୍କ ସମେତ ଗ୍ରାମର କିଶୋରୀ ବାଳିକା ଙ୍କ ସହିତ ଗ୍ରାମର ଗର୍ଭବତୀ ମା ‘ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିଥିଲେ ।

Leave a Reply

Your email address will not be published. Required fields are marked *