ଫିରିଙ୍ଗିଆରେ ଘନ ଘନ ଚୋରୀ ବୃଦ୍ଧି ପାଉଛି : ପୋଲିସ ପାଟ୍ରୋଲିଂ କଡା କଡ଼ି କରିବାକୁ ଦାବୀ !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକରେ ଦିନକୁ ଦିନ ଗୋଟିଏ ପଂଚାତୟରୁ ଆଉ ଗୋଟିଏ ପଂଚାୟତକୁ ଚୋରି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ଅନ୍ୟ ପଂଚାୟତବାସୀଙ୍କ ମଧ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏହା ଅନ୍ୟ ପଂଚାୟତ ଆଡ଼କୁ ବ୍ୟାପିବା ପୂର୍ବରୁ ପୁଲିସ୍‍ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି କରାଯାଇଛି। ତେବେ ଚୋରି କେବଳ ପଂଚାୟତ କାର୍ଯ୍ୟାଳୟମାନଙ୍କରୁ ହେଉଥିବାରୁ ଏଥିରେ କୌଣସି ଏକ ନିର୍ଦ୍ଧିଷ୍ଟ ରାକେଟ ସାମିଲ୍‍ ଥିବା କୁହାଯାଇଥିବା ବେଳେ ରାଜନୈତିକ ଆକ୍ରୋଶ ରଖି ମଧ୍ୟ ଏହି ଚୋରି ହେଉଥିବା ନେଇ ଅଭିଯୋଗ ହୋଇଛି। ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ପିରିଙ୍ଗିଆ ବ୍ଲକ ଅଧିନରେ ଥିବା ଡିଣ୍ଡିରାଗାଁ ପଂଚାୟତ କାର୍ଯ୍ୟାଳୟରୁ ବିଳମ୍ବିତ ରାତିରେ କିଛି ଦୁର୍ବୁତ କାର୍ଯ୍ୟାଳୟରେ ଥିବା କିଛି ମୁଲ୍ୟବାନ ଜିନିଷ ଚୋରି କରିନେଇ ଥିବା ନେଇ ପଂଚାୟତର ସରପଂଚ ଫିରିଙ୍ଗିଆ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି ।

ନବନିର୍ବାଚିତ ସରପଂଚ ରଞ୍ଜିତ ମଲ୍ଲିକଙ୍କ ଅଭିଯୋଗ କ୍ରମେ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୁତ ପଂଚାୟତ କାର୍ଯ୍ୟାଳୟ ଭିତରେ ପସି କାର୍ଯ୍ୟାଳୟ ରେ ଥିବା କମ୍ପ୍ୟୁଟର, ଟିଭି ସହ କାର୍ଯ୍ୟାଳୟ ଭିତରେ ଥିବା ଆଲମିରା ଭିତରେ ଥିବା ଅନ୍ୟାନ୍ୟ ଜରୁରି କାଗଜ ପତ୍ର ଚୋରି କରି ନେଇଛନ୍ତି । ଏହି ଘଟଣାକୁ ନେଇ ସରପଂଚ ଫିରିଙ୍ଗିଆ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓ ଙ୍କ ନିର୍ଦ୍ଦେଶ କ୍ରମେ ଥାନାର ଅତିରିକ୍ତ ଥାନା ଅଧିକାରି ପ୍ରଦିପ କୁମାର ରାଉଳ ଏବଂ ଏସଆଇ କୃଷ୍ନଚନ୍ଦ୍ର ଗଉଡଙ୍କ ସହ ଏକ ସ୍ୱତନ୍ତ୍ର ଟିମ ଜିଲ୍ଲା ସାଇନଟିଫିକ ଟିମ ସହାୟତାରେ ତଦନ୍ତ ଜାରି ରଖିଛନ୍ତି । ଅନ୍ୟପଟେ ପଂଚାୟତ ନିର୍ବାଚନରେ ରାଜନୈତିକ ଆକ୍ରୋଶ ରଖିି ଏହି ଚୋରି ହୋଇଥିବା ପଂଚାୟତର ନବନିର୍ବାଚିତ ସରପଂଚ ମତ ଦେଇଥିବା ବେଳେ ଏହି ଚୋରି ଘଟଣାକୁ ନେଇ ଅଂଚଳରେ ଏକ ପ୍ରକାର ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି। ତୁରନ୍ତ ଚୋରି ସାମଗ୍ରୀ ଉଦ୍ଧାର କରାଯିବା ସହିତ ଏଥିରେ ସଂପୃକ୍ତ ମାନଙ୍କୁ ଧରାଯିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପଂଚାୟତ ନିର୍ବାହୀ ଅଧିକାରୀ ଜୁଲିଲତା ସାହୁ ମଧ୍ୟ ନିବେଦନ କରିଛନ୍ତି। ସେହିଭଳି ଗତ କିଛିଦିନ ତଳେ ଏହି ବ୍ଳକ ଅନ୍ତର୍ଗତ ସାଡିଙ୍ଗିଆ ପଂଚାୟତ କାର୍ଯ୍ୟଳୟ ପରିସରରେ ଥିବା ଜିଆରଏସ କାର୍ଯ୍ୟାଳୟର ସ୍କାଏଲାଇଟ ଭାଙ୍ଗି ୭୦ ହଜାର ଟଙ୍କା ଚୋରୀ ହୋଇଥିିବା ନେଇ ମଧ୍ୟ ଥାନାରେ ଏତଲା ଦିଆଯାଇଛି। ସାଡିଙ୍ଗିଆ ପଂଚାୟତ ଦାୟିତ୍ୱରେ ଥିବା ଯୋଗାଣ ସହାୟୀକା ବନିତା ସାହୁଙ୍କ ଅଭିଯୋଗ ପ୍ରକାରେ, ସାଧାରଣ ବଣ୍ଟନ ଯୋଜନାରେ ହିତାଧିକାରି ମାନଙ୍କୁ କିରୋସିନ ଓ ଚାଉଳ ବିକ୍ରିକରିଥିବା ପ୍ରାୟ ୭୦ ହଜାର ଟଙ୍କା ତାଙ୍କ କାର୍ଯ୍ୟାଳୟ ରେ ରଖିଥିଲେ। ଗତ ରବିବାର ରାତିରେ କିଛି ଦୁର୍ବୁତ କାର୍ଯ୍ୟାଳୟ ର ସ୍କାଏ ଲାଇଟ ଭାଙ୍ଗି ଅଫିସ ଭିତରକୁ ପ୍ରବେଶ କରି ଥିବା ଡ୍ର ଭାଙ୍ଗି ସେଠାରୁ ୭୦ ହଜାର ଟଙ୍କା ଚୋରି କରିନେଇଥିବା କହିଛନ୍ତି। ଏନେଇ ମଧ୍ୟ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ପି.ଶ୍ୟାମସୁନ୍ଦର ରାଓ ସୂଚନା ଦେଇଛନ୍ତି। ଅନ୍ୟପଟେ ସାଡିଙ୍ଗିଆ ପଂଚାୟତରେ କୈାଣସି ସୁରକ୍ଷା ବ୍ୟବସ୍ଥା ନଥିବା ସ୍ଥଳେ ଯୋଗାଣ ସହାୟିକା ଜଣକ ଏତେ ଗୁଡିଏ ଟଙ୍କା କାହିଁକି କାର୍ଯ୍ୟାଳୟ ମଧ୍ୟରେ ରଖିଥିଲେ ତାହାକୁ ନେଇ ମଧ୍ୟ ଏଠାରେ ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *