ପରୀ ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲା ନୟାଗଡ଼ ଜିଲ୍ଲା କଂଗ୍ରେସ !!

Spread the love

ନୟାଗଡ଼ (ଆୱାଜ ମିଡ଼ିଆ ) – କିଶୋର ମହାପତ୍ର : ନୟାଗଡ଼ ଜିଲ୍ଲା ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ଯଦୁପୁର ଗ୍ରାମର ପାଞ୍ଚ ବର୍ଷର ଝିଅ ପରୀ ହତ୍ୟାକାଣ୍ଡକୁ ତିନି ମାସରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ ଏଯାଏଁ ଅପରାଧୀ ମାନଙ୍କର ଟେର ପାଉନାହିଁ ସଦର ଥାନା ପୋଲିସ । ଅପରାଧୀକୁ ଧରିବା ପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ସାତ ଦିନର ସମୟ ଦିଆଯାଇଥିଲେ ମଧ୍ୟ ଅପରାଧୀକୁ ଗିରଫ କରିପାରିନାହିଁ ପୋଲିସ । ସେଥିପାଇଁ ଏବେ ନିଷ୍ପାପ ଶିଶୁ କନ୍ୟା ପରୀ ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛି ନୟାଗଡ଼ ଜିଲ୍ଲା କଂଗ୍ରେସ । ଏନେଇ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ କରି ତଦନ୍ତ ଭାର କ୍ରାଇମବ୍ରାଞ୍ଚ କୁ ଦିଆଯିବା ପାଇଁ ଡ଼ିଜିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଆଡିସନାଲ ଏସପିଙ୍କୁ ପ୍ରଦାନ କରିଛନ୍ତି । ଜିଲ୍ଲା କଂଗ୍ରେସ ପ୍ରାକ୍ତନ ସଭାପତି ଆଇନଜୀଵୀ ରଣଜିତ ଦାଶଙ୍କ ନେତୃତ୍ୱରେ ଜିଲ୍ଲା ପୋଲିସ ମୁଖ୍ୟାଳୟ ଠାରେ ଆୟୋଜିତ ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ହୁସେନ ଖାନ, କମଳ ଚରଣ ସାହୁ, ମନୋଜ କୁମାର ସାହୁ, ଜୋନ ସଭାପତି ଫକୀର ମଲ୍ଲ, ମଦନ ମୋହନ ବିଶୋଇ, ଲଡ଼ୁକେଶ୍ୱର ଷଡ଼ଙ୍ଗୀ, ଯୁବ କଂଗ୍ରେସ ନେତା ଆଦିତ୍ୟ ପରିଡା, ପ୍ରତୀକ ମହାପାତ୍ର, ଲକ୍ଷ୍ମଣ ଜେନା, ପ୍ରଫୁଲ ପାଟଶାଣୀ, ଅଶୋକ ନାୟକ, ଦୀପକ କୁମାର ନାୟକ, ଛାତ୍ର କଂଗ୍ରେସ କାର୍ଯ୍ୟକର୍ତା ଜ୍ୟୋତିରଞ୍ଜନ ଦାଶ, ଅବଦୁଲ ନିଜାମ, ଚିରଞ୍ଜୀବ ପ୍ରଧାନ, ସତ୍ୟଜିତ ପ୍ରଧାନଙ୍କ ସମେତ ପ୍ରାୟ ୬0ରୁ ଉର୍ଧ୍ଵ ଦଳୀୟ କାର୍ଯ୍ୟକର୍ତା ଯୋଗଦେଇଥିଲେ l ପରୀକୁ ନ୍ୟାୟ ଦେବାପାଇଁ ନୟାଗଡ଼ କଂଗ୍ରେସ ଅନୁମତି ନେଇ ରାଜ୍ୟ ପୋଲିସ ଡିଜିଙ୍କୁ ଭେଟିବା ସହ ଦଳ ରାଜରାସ୍ତାକୁ ଓଲ୍ଲାଇବ ବୋଲି ଶ୍ରୀ ଦାଶ ଚେତାବନୀ ଦେଇଛନ୍ତି l

Leave a Reply

Your email address will not be published. Required fields are marked *