ନୂତନ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ମହେଶ ଚନ୍ଦ୍ର ନାୟକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ନୂତନ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ମହେଶ ଚନ୍ଦ୍ର ନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ଗଣମାଧ୍ୟମ କୁ ସୂଚନା ଦେଇ କହିଛନ୍ତି ଯେ , ଜିଲ୍ଲାର ବିକାଶ ସକାଶେ ରାସ୍ତାଘାଟ, ପାନୀୟ ଜଳ ଯୋଗଣ , ଗମନାଗମନ ର ସୁବିଧା ଉପରେ ଗୁରୁତ୍ୱ ଦେବା ସହ ସରକାରଙ୍କ ବିଭିନ୍ନ ଯୋଜନା – ଗ୍ରାମୀଣ ଆବାସ ଯୋଜନା, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ମିଶନ ଶକ୍ତି ଗୃହ , ହାଇସ୍କୁଲ ରୂପାନ୍ତିକରଣ ଯେପରି ବିକାଶ ହୋଇ ପାରିବ ତା ଉପରେ ଗୁରୁତ୍ୱ ଦିଆଯିବ . ଏହା ସହ ଜିଲ୍ଲାର ଜନ ପ୍ରତିନିଧି ଓ ଗଣମାଧ୍ୟମ ଙ୍କ ସହଯୋଗରେ ଜିଲ୍ଲାର ବିକାଶ ହୋଇ ପାରିବ ବୋଲି ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *