ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଳକ ଅସୁରେଶ୍ୱର ପାଇକିରାପୁର ଗ୍ରାମରେ ଝାମୁ ଯାତ୍ରା ରିତୀ ନୀତି ସହ ବହୁ ଭକ୍ତ ଭିଡ ମଧ୍ୟ୍ୟରେ ଅନୁଷ୍ଠିତ ହୋଇଯାଇଛି . ଏଥିରେ ଦୂର ଦୂରାନ୍ତରୁ ଭକ୍ତ ମାନେ ଆସିଥିଲେ ଏବଂ ବହୁ ମାନସିକଧାରୀ ଉପସ୍ଥିତ ଥିଲେ . ଭକ୍ତ ମାନଙ୍କ କହିବା କଥା ମନରେ ଯିଏ ଯୋଉ ମାନସିକ କରିଥାନ୍ତି ତାହା ପୁରଣ ହୋଇଥାଏ . ଝାମୁ ଯାତ୍ରା ସକାଳୁ ଆରମ୍ବ ହୋଇ ସନ୍ଧ୍ୟା ରେ ସମାପ୍ତ ହୋଇଥାଏ . ଏହି ଅନୁଷ୍ଠାନ ପ୍ରାୟ ଆଜକୁ ତିରିଷ ବର୍ଷର , ପବିତ୍ର ଶ୍ରୀରାମ ନବମୀ ଠାରୁ କାଳିସୀ ମାନେ ମା ମଙ୍ଗଳା ପାଖରେ ବହୁ ନିଷ୍ଠା ସହକାରେ ଅଧିଆ ପଡି ଆଜି ମା ‘ଙ୍କ ହୁକୁମ ପାଇ ଦଣ୍ଡ ନାଚ ସହ ଅଗ୍ନି ରେ ଖାଲି ପାଦରେ ଚାଲିଥାନ୍ତି . ଏହା ସହ କୁକୁଡ଼ା ବଳି ମଧ୍ୟ୍ୟ ଦିଆ ଯାଇଥିଲା . ଚଣ୍ଡୀ ଚାମଣ୍ଡା ଙ୍କୁ ସନ୍ତୁଷ୍ଟ କରିବା ପାଇଁ ମନ୍ଦିର ଠାରୁ କିଛିଦୁରରେ ଏକ ମାଟି ହାଣ୍ଡିରେ ପଣା ମଧ୍ୟ ଦିଆଯାଇଥିଲା .
ନିଆଁ ରେ ଚାଲିଲେ କାଳିସୀ !!!

