କେନ୍ଦ୍ର ଶିକ୍ଷାମନ୍ତ୍ରୀ ଙ୍କ ଦିନିକିଆ କନ୍ଧମାଳ ଗସ୍ତ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ.ସୁବାସ ସରକାର ଦିନିକିଆ କନ୍ଧମାଳ ଗସ୍ତରେ ଆସିଛନ୍ତି । କେନ୍ଦ୍ରମନ୍ତ୍ରୀ ପଶ୍ଚିମବଙ୍ଗ ରୁ ଟ୍ରେନ ଯୋଗେ ଭୁବନେଶ୍ୱର ଆସି ସେଠାରୁ କାର ଯୋଗେ ସିଧାସଳଖ କନ୍ଧମାଳ ଜିଲା ଗସ୍ତରେ ଆସି ଦିନ ଦଶଟା ସମୟରେ ସର୍କିଟ ହାଉସ ଠାରେ ପହଞ୍ଚିଥିଲେ । ସେଠାରେ ବିଜେପି ଓ ଜିଲା ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l

ବିଜେପି ନେତା ଭଗବାନ ମହାନ୍ତି, ଅଜିତ ପଟ୍ଟନାୟକ, ପୌରଧ୍ୟକ୍ଷା ସ୍ମିତା ମହାନ୍ତି, କାଉନସିଲର ରମେଶ ମହାନ୍ତି, ନଗର ସଭାପତି ସୁଶାନ୍ତ ମହାନ୍ତି ପ୍ରମୁଖ ଫୁଲ ତୋଡ଼ା ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କ ସମେତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ସ୍ଵାଗତ ଜଣାଇଥିଲେ l ପରେ ଜିଲ୍ଲା ପ୍ରଶାସନର ସମ୍ମିଳନୀ କକ୍ଷ ଠାରେ ବରିଷ୍ଠ ଅଧିକାରୀ ମାନଙ୍କ ସହ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନ୍ନ ମୂଳକ ଯୋଜନା ସଂପର୍କୀତ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ ।

Leave a Reply

Your email address will not be published. Required fields are marked *