ମିଠା ମିଠା କଥା କହି ଠକିଦେଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଏଭଳି ଅଭିଯୋଗ କରିଛନ୍ତି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଖାଲମଡ଼ା ଗ୍ରାମପଞ୍ଚାୟତ ର ଖାଲମଡ଼ା ହରିଜନ ସାହି ବାସିନ୍ଦା | ଟିକେ ଭଲ ଭାବରେ ନଜର ପକାନ୍ତୁ ଏ ଦୃଶ୍ୟ ଉପରେ, ବୁଢ଼ୀ ମାଉସୀ କିଭଳି ଭଙ୍ଗା ପାଲ ଘରେ ନିଜ ଜୀବନ ସହ ସଂଗ୍ରାମ କରୁଛି | ଏ ବୁଢ଼ୀ ମାଉସୀ କୁ ଦେଖିଲେ ଆପଣଙ୍କ ମନରେ ଏକ ପ୍ରକାର ପ୍ରଶ୍ନ ଉଠୁଥିବ ? ଏ ମାଉସୀ କୁ କଣ ପାଇଁ ସରକାର ଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘର ମିଳିନାହିଁ ?? ଦର୍ଶକ ବନ୍ଧୁ ପ୍ରଥମେ ଏ ମାଉସୀ ଓ ମଉସା ର କଥା ଶୁଣନ୍ତୁ | ନିର୍ବାଚନ ସମୟ ରେ କୁଜିନେତା ଙ୍କ ଜୁଲୁମ୍ ରେ ଅସ୍ତବ୍ୟସ୍ତ ସାଧାରଣ ଜନତା | ଆମକୁ ଭୋଟ ନ ଦେଲେ ଆମେ ଚାଉଳ କାଟିଦେବୁ | କିନ୍ତୁ ନିର୍ବାଚନ ସମୟ ରେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଗ୍ରାମ କୁ ଆସି ପ୍ରତିଶ୍ରୁତି ଦେଇଥିଲେ କି ଆପଣଙ୍କ ସମସ୍ୟା ନିଶ୍ଚୟ ପୂରଣ କରାଯିବ | ସମସ୍ତ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘର ଦିଆଯିବା ସହ ସମସ୍ତ ସରକାର ଙ୍କ ଯୋଜନା ରେ ସାମିଲ୍ କରାଯିବ | ସବୁଠାରୁ ବଡ଼ କଥା ହେଉଛି ବିଧାୟକ ଏହି ଜାଗା ଗୋଚର ଜାଣି ମଧ୍ୟ୍ୟ କେମିତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘର ଦେବେ ବୋଲି ପ୍ରତିଶୃତି ଦେଲେ ତାହାକୁ ନେଇ ଏବେ ଉଠିଛି ପ୍ରଶ୍ନ | ଯଦି ପ୍ରତିଶୃତି ଦେଲେ ତେବେ ଗୋଚର ଜାଗା ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି ହୋଇ ପାରୁଛି କି ? ତେବେ ଏ ପର୍ଯ୍ୟନ୍ତ କଣ ପାଇଁ ଏହି ପରିବାର ଙ୍କୁ ଘର ଦିଆ ଯାଇନାହିଁ ତାହାକୁ ନେଇ ଏବେ ଉଠିଛି ପ୍ରଶ୍ନ | ସେପଟେ ମାଉସୀ ଙ୍କ କହିବା କଥା ଆମେ ସବୁ ସରକାରୀ ବାବୁ ଙ୍କୁ କହି କହି ଥକି ଗଲୁଣି | ଏଠି କେହି ସରକାରୀ ବାବୁ ଶୁଣିବାକୁ ନାରାଜ | ଆମର ଅଭିଯୋଗ ଆମକୁ ବଂଚିବା ପାଇଁ ଆଶ୍ରୟ ଟିଏ ନିହାତି ଆବଶ୍ୟକ ବୋଲି ଅଭିଯୋଗ କରିଛନ୍ତି ଏ ବୁଢ଼ୀ ମାଉସୀ |

Leave a Reply

Your email address will not be published. Required fields are marked *