ମଣିଷ ବଦଳରେ ଜେସିବି ଖୋଲୁଛି ପୋଖରୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଳକରେ ମୃତ୍ତିକା ସଂରକ୍ଷଣ ବା ଜଳ ବିଭାଜିକା ପକ୍ଷରୁ ପୋଖରୀ ଖନନ କାର୍ଯ୍ୟକ୍ରମ ଚାଲୁ ରହିଛି ଯାହାକି ମଣିଷ ବଦଳରେ ଜେସିବି ଖନନ କରିଥିବାର ଅଭିଯୋଗ ହୋଇଛି । ଚଳିତ ପଞ୍ଚାୟତ ସମିତି ବୈଠକରେ ସରପଞ୍ଚ ଏବଂ ସମିତି ସଭ୍ୟ ମାନେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ କରିଥିଲେ ଯେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ମଣିଷ ବଦଳରେ ଜେସିବି ରେ କାହିଁକି ପୋଖରୀ ଖୋଳା ଯାଉଛି । ପ୍ରଶ୍ନବାଣରେ ବିଭାଗୀୟ କର୍ତ୍ତୃପକ୍ଷ ସନ୍ତୋଷ ଜନକ ଉତ୍ତର ଦେଇ ପାରି ନଥିଲେ । କହିଥିଲେ ଦୁଇଟି ବ୍ଳକର ଦାୟିତ୍ୱ ଗ୍ରହଣ କରିଥିବାରୁ କାମ ଦେଖିବା ସମୟ ସାପେକ୍ଷ ହେଉନାହିଁ ଏବଂ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମତ ପ୍ରକାଶ କରିଥିଲେ । ଏପଟେ ରାଜ୍ୟ ସରକାର ଶ୍ରମିକ ବାହାର ରାଜ୍ୟ କୁ ଦାଦନ ଖଟିବାକୁ ନ ଯାଇ ନିଜ ଅଞ୍ଚଳରେ କାମ କରିବା ପାଇଁ ଯୋଜନା କରୁଥିବା ବେଳେ ମଣିଷ ନ ଲଗାଇ ଜେସିବି ଦ୍ୱାରା ପୋଖରୀ ଖନନ କରିବା ସମସ୍ତଙ୍କୁ ଚକିତ କରିଛି ।

Leave a Reply

Your email address will not be published. Required fields are marked *