ଓଡ଼ଗାଁ ରଘୁନାଥ ଓ କଣ୍ଟିଲୋ ନୀଳମାଧବ ମନ୍ଦିର ପରିଦର୍ଶନ କଲେ ମା’ ଚର୍ଚ୍ଚିକା ସେବାୟତଙ୍କ ଏକ ସ୍ୱତନ୍ତ୍ର ପ୍ରତିନିଧି ଦଳ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବାଙ୍କୀ ର ଅଧିଷ୍ଠାତ୍ରୀ ତଥା ଓଡ଼ିଶାର ପ୍ରମୁଖ ଶକ୍ତି ପୀଠ ମା’ଚର୍ଚ୍ଚିକା ପୀଠର ସେବାୟତ ମାନଙ୍କପକ୍ଷରୁ ଏକ ପ୍ରତିନିଧି ଦଳ ଆଜି ବସ୍ ଯୋଗେ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଓଡଗାଁ ରଘୁନାଥ ମନ୍ଦିର ଓ କଣ୍ଟିଲୋ ନୀଳମାଧବ ମନ୍ଦିର ପରିଦର୍ଶନ କରିଛନ୍ତି । ଉକ୍ତ ମନ୍ଦିର ଗୁଡିକର କଳା, ସଂସ୍କୃତି ଓ ମନ୍ଦିରର କାରୁକାର୍ଯ୍ୟ କିଭଳି ରହିଛି ଏହା ସହିତ ମନ୍ଦିର ପରିଚାଳନା ନେଇ କି କି ବ୍ୟବସ୍ଥା ପ୍ରଶାସନିକ ସ୍ତରରେ କରାଯାଉଛି ତାହାର ଅନୁଧ୍ୟାନ କରିବା ସହିତ ମନ୍ଦିରର ଉନ୍ନୟନମୂଳକ କାର୍ଯ୍ୟ ସଂପର୍କରେ ଅନୁଧ୍ୟାନ କରିଥିଲେ । ଆଗମୀ ଦିନରେ ମା’ଚର୍ଚ୍ଚିକାଙ୍କ ସେବାୟତ ମାନେ ଓଡ଼ିଶାର ରହିଥିବା ପ୍ରତ୍ୟେକ ମନ୍ଦିର ପରିଦର୍ଶନରେ ଯିବେ ବୋଲି ମନ୍ଦିର ସେବାୟତଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ଚର୍ଚ୍ଚିକା ମନ୍ଦିରର ୫-ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ସାମିଲ୍ କରାଯିବା ପାଇଁ ସେବାୟତ ମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କ ନିକଟରେ ଦାବି କରାଯିବ ବୋଲି ସେବାୟତ ମାନେ ପ୍ରକାଶ କରିଛନ୍ତି । ଚର୍ଚ୍ଚିକା ମନ୍ଦିର ପରିସରରେ ଏକ ମନୋଜ୍ଞ ପରିବେଶ ସୃଷ୍ଟି କରାଯିବା, ପ୍ରସାଦ ସେବନ ଗୃହ, ଦୀପ ପ୍ରଜ୍ୱଳନ ସ୍ଥାନ, ବାଖ୍ୟାନ କେନ୍ଦ୍ର, ମୁଣ୍ଡନ କେନ୍ଦ୍ର, ବିଶ୍ରାମସ୍ଥଳ, ଅତ୍ୟାଧୁନିକ ଆଲୋକ ବ୍ୟବସ୍ଥା ଆଜି ନୂତନ ସୁବିଧା ସହିତ ସ୍ୱଚ୍ଛ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ପାଇଁ ବ୍ୟବସ୍ଥା କରାଯିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ । ଚର୍ଚ୍ଚିକା ମନ୍ଦିରର ଉନ୍ନତିକରଣ କରାଗଲେ ଏହାର ସୌନ୍ଦର୍ଯ୍ୟକୁ ଅନୁଭବ କରିବାର ସୁଯୋଗ ପର୍ଯ୍ୟଟକ ମାନଙ୍କ ପାଇଁ ଏକ ଅପୂର୍ବ ଆକର୍ଷଣ ସୃଷ୍ଟି କରିବ । ଏ ସଂପର୍କରେ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ଓ ୫-ଟିି ସଚିବଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏକ ପ୍ରତିନିଧି ଦଳ ସେମାନଙ୍କୁ ସାକ୍ଷାତ କରିବା ନିମନ୍ତେ କାର୍ଯ୍ୟକ୍ରମ ରହିଛି ବୋଲି ସେମାନେ ପ୍ରକାଶ କରିଛନ୍ତି । ସେବାୟତ ବିଦ୍ୟାଧର ରଣା, ପ୍ରକାଶ କୁମାର ମହାପାତ୍ର, ବିଭୂ ପ୍ରସାଦ ମହାପାତ୍ର, ଅନନ୍ତ ରଣା, ଅଶୋକ କୁମାର ରଣା, ବିଜୟ କୁମାର ରଣା, ଚନ୍ଦ୍ରଶେଖର ମହାପାତ୍ର, ସର୍ବେଶ୍ୱର ରଣା, ସମୀର ରଣା, ବିକାଶ ମହାପାତ୍ର, ଅଶ୍ୱିନୀ ମହାପାତ୍ର, ସୁରେନ୍ ରଣା, ସୁଧିର ରଣା, ଚନ୍ଦନ ରଣା, ସରୋଜ ରଣା ପ୍ରମୁଖ ରଘୁନାଥ ଓ ନୀଳମାଧବ ପରିଦର୍ଶନରେ ସାମିଲ ହୋଇଥିଲେ । ଚର୍ଚ୍ଚିକା ଙ୍କ ପୀଠକୁ ପରିଦର୍ଶନରେ ଆସିବାକୁ ଯୁବ ସେବାୟତ ମାନେ ୫-ଟି ସଚିବଙ୍କୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *