ପ୍ରେମ ଘଟଣାକୁ ନେଇ ମରଣାନ୍ତକ ଆକ୍ରମଣ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ସଦର ଥାନା ଅନ୍ତର୍ଗତ ସାକସିଂହା ଗାଁରେ ପ୍ରେମ ଘଟଣାକୁ ନେଇ ଶନିବାର ସନ୍ଧ୍ୟାରେ ମରଣାନ୍ତକ ଆକ୍ରମଣ ହୋଇଛି । ସୂଚନା ମୁତାବକ, ଗାଁ ର ସୌମ୍ୟ ରଞ୍ଜନ ଦେହୁରୀ (୩୦) ଗାଁର ଜଣେ ଝିଅଙ୍କୁ ଭଲ ପାଉଥିଲେ । ଏ ନେଇ ଗାଁ ଅକ୍ଷୟ ନାଏକଙ୍କ ପୁଅ ଅମୁଲ୍ୟ (୧୯) ଙ୍କ ସହ ପ୍ରାୟ ପାଟିଗୋଳ ହୁଏ । ତେବେ ଶନିବାର ସନ୍ଧ୍ୟାରେ ଅକ୍ଷୟ ଗାଁ ଶିବ ମନ୍ଦିର ନିକଟରେ ସୌମ୍ୟଙ୍କୁ ଦେଖି ପଚାରିଥିଲେ ଯେ, ସେ ତାଙ୍କ ପୁଅ ଅମୁଲ୍ୟ ସହ କାହିଁକି ପାଟିଗୋଳ କରୁଛି । ଏ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସୌମ୍ୟ ଏକ ଭୁଜାଲୀରେ ଅକ୍ଷୟଙ୍କ ମୁଣ୍ଡ ଓ ପିଠିରେ ଚୋଟ ପକାଇଥିଲା । ଫଳରେ ଗୁରୁତର ଅବସ୍ଥାରେ ଅକ୍ଷୟଙ୍କୁ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏ ନେଇ ଥାନାରେ ଅଭିଯୋଗ ହେବାପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସୌମ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *