ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ଡମପଡା ବ୍କକର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଯୁବବନ୍ଧୁ ସତସଂଘ ପରିବାର ତରଫରୁ କଳାପଥର ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ମଧ୍ୟରେ ଏକ ସଚେତନତା ସେଲ୍ଫି ଫଟୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭାଗ ନେଇଥିବା ପନ୍ଦର ଜଣ ଛାତ୍ରୀଙ୍କ ମଧ୍ୟରେ + ୩ କଳାର ଛାତ୍ରୀ ଗୀତା ସାହୁ ଏବଂ ମୀନାକ୍ଷୀ ସେଠୀ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ । ବିଚାରକ ତଥା ଅତିଥି ଭାବେ ବେଗୁନିଆ ଭରଷା ଅନୁଷ୍ଠାନର ସଂପାଦକ ଶିକ୍ଷୟତ୍ରୀ ପ୍ରତିମା ପ୍ରଧାନ ଯୋଗଦେଇ ସାଇକେଲ ଚଲେଇବାର ଉପଯୋଗୀତା ସଂପର୍କରେ ଆଲୋଚନା କରିଥିଲେ । ୨୦୧୮ ମସିହାରୁ ଆମେରିକା ଜେନେରାଲ ଆସେମ୍ବ୍ଲି ତରଫରୁ ପ୍ରତିବର୍ଷ ଜୁନ୍ ୩ ତାରିଖକୁ ” ବିଶ୍ବ ସାଇକେଲ ଦିବସ ” ରୂପେ ପାଳନ କରାଯାଉଛି । ସାମ୍ପ୍ରତିକ ସମୟରେ ସାଇକେଲ ଚଲେଇବା ଠାରୁ ମଣିଷ ଦୁରେଇ ଯାଉଥିବା ବେଳେ ପୁଣିଥରେ ସମୟ ଆସିଛି ସାଇକେଲ ଚଲେଇବାର ମନୋଭାବ । ପ୍ରତିଦିନ ଆବଶ୍ୟକତା ଠାରୁ ଅଳ୍ପ ହେଉ ମଧ୍ୟ ସବୁ ବର୍ଗର ଲୋକମାନେ ସାଇଲେଲ ଚଲେଇବାର ଅଭ୍ୟାସ ଦ୍ବାରା ଯାନବାହାନ ମାନଙ୍କର ପରିବେଷ ପ୍ରଦୂଷଣ ରୋକିବାରେ ତଥା ଗୋଟେ ପ୍ରକାର ବ୍ୟାୟମ ଦ୍ବାରା ଶରୀରକୁ ନିରୋଗ ଓ ସୁସ୍ଥ ରଖେ । ସାଇକେଲ ଦିବସର ମହତ୍ବକୁ ଆଗାମୀ ଦିନ ମାନଙ୍କରେ ଗ୍ରାମଂଚଳ ସ୍ତରରେ ବ୍ୟାପକ ସଚେତନତା ମାଧ୍ୟମରେ କରାଯିବା ପାଇଁ ଅନୁଷ୍ଠାନ ତରଫରୁ ଘୋଷଣା କରାଯାଇଥିଲା ।
ବିଶ୍ବ ସାଇକେଲ ଦିବସ ପାଳିତ !!!

