ଲିଡ଼ ବ୍ୟାଙ୍କ ପକ୍ଷରୁ ଋଣ ବଣ୍ଟନ ମେଳା !!!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ୟୁନିଅନ ବ୍ୟାଙ୍କର ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଲିଡ଼ ବ୍ୟାଙ୍କ ପକ୍ଷରୁ ଋଣ ବଣ୍ଟନ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ । ଭାରତ ସରକାରଙ୍କ ଅର୍ଥ ମନ୍ତ୍ରାଳୟ ନିର୍ଦ୍ଦେଶ ଅନୁସାରେ ଆଜାଦି କା ଅମୃତ ମହୋତ୍ସବ ଅବସରରେ ବ୍ୟାଙ୍କ ଗୁଡିକ ପକ୍ଷରୁ ଚଳିତ ମାସ 6 ତାରିଖ ଠାରୁ 12 ତାରିଖ ପର୍ଯ୍ୟନ୍ତ ଋଣ ମଞ୍ଜୁର ଓ ଜନ ସୁରକ୍ଷା ଯୋଜନା ଗୁଡିକ ଗ୍ରାହକ ମାନଙ୍କୁ ଯୋଗାଇ ଦେବା ର ବ୍ୟବସ୍ଥା କରାଯାଇଛି । ଏହି ପରିପ୍ରେକ୍ଷୀରେ 8 ତାରିଖରେ ଓଡ଼ିଶାର ପରିଚାଳିତ ବ୍ୟାଙ୍କ ଶାଖା ଏକ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଗୁଡ଼ିକରେ କ୍ରେଡିଟ ଆଉଟ ରିଚ ପ୍ରୋଗ୍ରାମ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ମଞ୍ଚାସିନ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ. ତିରୁପତି ରାଓ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ମହେଶ୍ୱର ଚନ୍ଦ୍ର ନାୟକ, ଲିଡ଼ ବ୍ୟାଙ୍କ ମ୍ୟାନେଜର କିଶୋର ଚନ୍ଦ୍ର ନାୟକ, ୟୁନିଅନ ବ୍ୟାଙ୍କ ରାୟଗଡା ଆଞ୍ଚଳିକ ମୁଖ୍ୟ ପ୍ରବନ୍ଧକ ସୀତାରାମ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଶହେ ତେତିଶ ହିତାଧିକାରୀଙ୍କୁ ଛଅ କୋଟି 35 ଟଙ୍କାର ଋଣ ପ୍ରଦାନ କରାଯାଇଛି । କୃଷି ଋଣ, ସ୍ୱୟଂ ସହାୟକ ଗୋଷ୍ଠୀ ଋଣ, ଶିକ୍ଷା ଋଣ ,ମୁଦ୍ରା ଯୋଜନା ଋଣ, ଗାଡି ଋଣ, ବ୍ୟକ୍ତିଗତ ଋଣ, ଘର ନିର୍ମାଣ ପାଇଁ ଋଣ ପ୍ରଭୃତି ଋଣ ବିଭିନ୍ନ ବ୍ୟାଙ୍କରୁ ଚେକ ଆକାରରେ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ବହୁ ସ୍ୱୟଂ ସହାୟକ ଗୋଷ୍ଠୀ ର ମାଆ ମାନେ ଉପସ୍ଥିତ ଥିଲେ । ଲିଡ଼ ବ୍ୟାଙ୍କ ମ୍ୟାନେଜର କିଶୋର ଚନ୍ଦ୍ର ନାୟକଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *