କଟକ ( ଆୱାଜ ମିଡ଼ିଆ ) – ଅମୃତା ପଟ୍ଟନାୟକ : ଏସସିବି ମେଡିକାଲ , କେବଳ ଏକ ମେଡିକାଲ ନୁହେଁ, ବରଂ ଏକ ରିସର୍ଚ୍ଚ ସେଣ୍ଟର !! ଏସସିବି ମେଡ଼ିକାଲକୁ ଦୂର ଦୁରନ୍ତାରୁ, ସୁଦୂର ଗାଁ ଗହଳିରୁ ରୋଗୀ ମାନେ ନିଜର ତଥା ନିଜ ଆତ୍ମୀୟଙ୍କ ଚିକିତ୍ସା ପାଇଁ ଦୌଡ଼ି ଆସନ୍ତି । ଉତ୍ତମ ଚିକିତ୍ସା ଆଶାରେ ରୋଗୀ ଓ ତାଙ୍କ ପରିଜନ ଏଠାକୁ ଆସି ଏବେ ଶୌଚାଳୟ ଓ ପରିସ୍ରାଗର ଅଭାବ ଯୋଗୁଁ ହନ୍ତସନ୍ତ ହେଉଛନ୍ତି !! ବିଶ୍ୱ ସ୍ତରୀୟ ହେବାକୁ ଥିବା କଟକ ବଡ ମେଡିକାଲ ରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି , କିନ୍ତୁ ସାଧାରଣ ଜନତାଙ୍କ ମୌଳିକ ସମସ୍ୟା (ଶୌଚାଳୟ ଓ ପରିସ୍ରାଗର) ର ସମାଧାନ ଆଜି ପର୍ଯ୍ୟନ୍ତ ହୋଇ ପାରିଲା ନାହିଁ !! ଯାହାଦ୍ୱାରା ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି ସାଧାରଣ ଜନତା !! କ୍ୟାଜୁଆଲଟି ଆଗରେ ତଥା ସ୍ତ୍ରୀ ପ୍ରସୂତି ବିଭାଗ ପାର୍ଶ୍ୱରେ ଥିବା ଶୌଚାଳୟ / ପରିସ୍ରାଗର ତାଲା ପଡି ବନ୍ଦ ହୋଇଥିବା ବେଳେ , ମୁଖ୍ୟ OPD ତଥା ଆହାର କେନ୍ଦ୍ର ପାଖରେ ଥିବା ପରିସ୍ରାଗରର ଅବ୍ୟବସ୍ଥା କହିଲେ ନସରେ !! ପୁରୁଷ ଟିଏ ଯେଉଁଠାରେ ମଧ୍ୟ ପରିସ୍ରା କରି ପାରିବେ, କିନ୍ତୁ ମହିଳାଙ୍କ କ୍ଷେତ୍ରରେ ଏହା ଅସମ୍ଭବ !! ପର୍ଯ୍ୟାପ୍ତ ପରିମାଣରେ ଶୌଚାଳୟ ଓ ପରିସ୍ରାଗର ନଥିବା ଯୋଗୁଁ, ମେଡିକାଲକୁ ଆସୁଥିବା ଲୋକ ମାନେ ଏଠି ସେଠି ପରିସ୍ରା କରି ପରିବେଶକୁ ଦୂଷିତ କରିବା ସହତ ସଂକ୍ରମଣର ଭୟକୁ ଦ୍ବିଗୁଣିତ କରିଛି !! ଏସସିବି କର୍ତ୍ତୃପକ୍ଷଙ୍କ ତଥା ପ୍ରଶାସନର ଅବହେଳା ଓ ସ୍ୱଚ୍ଛତା କର୍ମୀ ମାନଙ୍କ ମନମୁଖୀ କାର୍ଯ୍ୟ ପାଇଁ ସାଧାରଣ ଲୋକ ହେଉଛନ୍ତି ହନ୍ତସନ୍ତ !! ନିୟମିତ ଶୌଚାଳୟ, ପରିସ୍ରାଗର ଗୁଡିକ ସଫା ନହେବା, ଫିନାଇଲ ଓ ବ୍ଲିଚିଂ ପାଉଡର ନିୟମିତ ନ ପଡିବା ଦ୍ୱାରା ଶୌଚାଳୟ ଓ ପରିସ୍ରାଗର ଗୋଡିକ ଅସ୍ବଛ ହୋଇ ପଡି ରହିଛି । ମେଡିକାଲକୁ ଆସୁଥିବା ଲୋକମାନେ ଏହାର ଅବ୍ୟବସ୍ଥା ପାଇଁ ରାସ୍ତା ଘାଟରେ ପରିଶ୍ରା କରିବାକୁ ବାଧ୍ୟ ହେଉଛନ୍ତି !! ଏହାର ଠିକ ରୂପେ ରକ୍ଷଣାବେକ୍ଷଣ ନହେବା, ରୋଗୀ ଓ ତାଙ୍କର ଆଟେଣ୍ଡାଣ୍ଟ ମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଯାହା ଦ୍ୱାରା ଦୂର ଦୂରାନ୍ତରୁ ଆସୁଥିବା ରୋଗୀ ଓ ତାଙ୍କ ପରିଜନଙ୍କ ମାଧ୍ୟମରେ ସମାଜକୁ ଏକ ଖରାପ ବାର୍ତା ଯାଉଛି । ଏଥିପ୍ରତି ବିଶେଷ ଧ୍ୟାନ ଦେବାକୁ ସରକାରଙ୍କୁ ଅନୁରୋଧ । କେବେ ସୁଧୁରିବ ବିଶ୍ୱ ସ୍ତରୀୟ ଏସସିବି ମେଡିକଲର ଅବ୍ୟବସ୍ଥା, ତାହା ଏବେ ଦେଖିବାକୁ ବାକି ରହିଲା !!
ବିଶ୍ୱ ସ୍ତରୀୟ ହେବାକୁ ଥିବା ଏସସିବି ମେଡିକାଲର ବାସ୍ତବ ରୂପ !!!

