ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଅସୁରେଶ୍ଵର କୋଇଲୋ ଗ୍ରାମର ଆରାଧ୍ୟା ଦେବତା ପ୍ରଭୁ ଶ୍ରୀଶ୍ରୀ ଦଧିବାମନ ଜୀଉ ମନ୍ଦିରରେ ସ୍ନାନ ପୂର୍ଣ୍ଣିମା ପାଳିତ। ସ୍ନାନ ପୂର୍ଣ୍ଣିମା ଅବସରରେ ମହାପ୍ରଭୁ ଦଧିବାମନ ଜୀଉ ଙ୍କୁ ସକାଳ ର ନିତୀକାନ୍ତି ପରେ ରତ୍ନ ମଣ୍ଡପ ରୁ ସ୍ନାନ ମଣ୍ଡପ କୁ ପହଣ୍ଡି କରି ଅଣା ଯାଇଥିଲା । ସେବାୟତ ନିଯୋଗ ଦ୍ଵାରା ଅଣା ଯାଇଥିବା ମହାନଦୀ, ଲୁଣା ଚିତ୍ରୋତ୍ପଳା ର ମିଶ୍ରଣ, ତ୍ରିବେଣୀ ସଙ୍ଗମ ରୁ ଅଣାଯାଇଥିବା ପୂଣ୍ୟ ଜଳ ସହିତ ଅଗୁରୁ, ଚନ୍ଦନ, କସ୍ତୁରୀ ସୁବାସିତ ଜଳ ରେ ମହାପ୍ରଭୁ ଙ୍କୁ ସେବାୟତ ମାନେ ମହାସ୍ନାନ କରାଇଥିଲେ । ସ୍ନାନ ପରେ ସେବାୟତ ମାନେ ମହାପ୍ରଭୁ ଦଧିବାମନ ଙ୍କୁ ହାତୀବେଶ ରେ ପୁଷ୍ପ ଆଦି ଦେଇ ବିଭୁଷିତ କରିଥିଲେ । ମହାପ୍ରଭୁଙ୍କ ଏହି ସ୍ନାନ ଯାତ୍ରା ଓ ହାତୀବେଶ ଦର୍ଶନ କରିବା ପାଇଁ ପ୍ରବଳ ଶ୍ରଦ୍ଧାଳୁ ଙ୍କ ସମାଗମ ପରିଲକ୍ଷିତ ହୋଇଥିଲା । ମନ୍ଦିର ପରିଚାଳନା କମିଟି ସଭାପତି ତଥା ନିଶ୍ଚିନ୍ତକୋଇଲି ତହସିଲଦାର କର୍ଣ୍ଣଦେବ ସମାଦ୍ଧାର, ମନ୍ଦିର ଟ୍ରଷ୍ଟି ଦେବେନ୍ଦ୍ର ନାଥ ଖୁଣ୍ଟିଆ, ରମେଶ ଚନ୍ଦ୍ର ମିଶ୍ରଙ୍କ ସମେତ ମନ୍ଦିର ସେବକ ଓ ଯାତ୍ରା କମିଟି ସଦସ୍ୟ ଏହି ସ୍ନାନ ଯାତ୍ରା ରେ ସହଯୋଗ କରିଥିଲେ । ମହାପ୍ରଭୁ ଶ୍ରୀଶ୍ରୀ ଦଧିବାମନ ଜିଉ ଙ୍କୁ ସ୍ନାନ ମଣ୍ଡପ ରୁ ରାତି ଏଗାର ଘଟିକା ସମୟରେ ପହଣ୍ଡି କରି ଅଣସର ଘରେ ରଖାଯାଇ ନିତୀକାନ୍ତି ସମ୍ପନ୍ନ କରାଯାଇଥିଲା ।