ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନୟାଗଡ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବା ଦ୍ଵାରା ପରିଚାଳିତ ସେବା ସ୍ଵଧାର ଗୃହ ତରଫରୁ “ରଜ ଉତ୍ସବ” ପାଳିତ ହୋଇ ଯାଇଛି । ଉକ୍ତ ଉତ୍ସବରେ ସେବା ସ୍ୱଧାର ଗୃହ ତରଫରୁ ରଜ ପାଇଁ ଓଡ଼ିଶା ର ପାରମ୍ପରିକ ପିଠା ଓ ମିଠା ବଣ୍ଟନ କରାଯାଇଥିଲା । ସ୍ୱଧାର ଗୃହ ଅନ୍ତେବାସୀନୀ ମାନଙ୍କୁ ନେଇ ଏକ ଝୋଟି ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସେବା ସ୍ୱଧାର ଗୃହର ତତ୍ତ୍ଵାବଧାରିକା ବନିତା ମଲ୍ଲିକ , ପରାମର୍ଶଦାତ୍ରୀ ସରିତା ଆଚାର୍ଯ୍ୟ ଓ ସେବା ମାନସିକ ଅନଗ୍ରସର ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ ଯୋଗ ଦେଇଥିଲେ । ସେବା ର ସାଧାରଣ ସମ୍ପାଦକ ଅମରେନ୍ଦ୍ର କୁମାର ଦାସ ପରିଜା ଓ ଉପ-ସଭାପତି ସଞ୍ଜୟ କୁମାର ସୁବୁଦ୍ଧି ସମସ୍ତ ଅନ୍ତେବାସୀନୀ ମାନଙ୍କୁ ପହିଲି ରଜ ର ଶୁଭେଚ୍ଛା ଜଣାଇଥିଲେ । ସେବା ରେ ଆୟୋଜିତ ରଜ ଉତ୍ସବ ଟି ସେବା ର ସାଧାରଣ ସମ୍ପାଦକ ଅମରେନ୍ଦ୍ର କୁମାର ଦାସ ପରିଜା ଓ ଉପ-ସଭାପତି ସଞ୍ଜୟ କୁମାର ସୁବୁଦ୍ଧି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମ୍ପାଦିତ ହୋଇଥିଲା ।
ସେବା ସ୍ଵଧାର ଗୃହ ତରଫରୁ ରଜ ଉତ୍ସବ ପାଳିତ !!!

