ଡାକ୍ତର ହେବାକୁ ରହିଛି ଲକ୍ଷ୍ୟ : ବାଙ୍କୀ ଟପ୍ପର ସନ୍ଦୀପ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ. . କଟକ ଜିଲ୍ଲା ବାଙ୍କୀ ଏନଏସି ଶ୍ରୀଚନ୍ଦନପୁର ଅଞ୍ଚଳର ଶିକ୍ଷାବିତ ତଥା ଡମପଡା ବ୍ଲକ ଶିକ୍ଷା ବିଭାଗର ଏବିଓ ପ୍ରଫୁଲ ବେହେରାଙ୍କ ପୁତ୍ର ସନ୍ଦୀପ କୁମାର ବେହେରା 97 % ମାର୍କ ରଖି ହୋଇଛନ୍ତି ଟପର . ସନ୍ଦୀପ ବାଙ୍କୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପାଠ ପଢ଼ୁଥିବା ବେଳେ 582 ମାର୍କ ରଖି ବାଙ୍କୀରେ ହୋଇ ପାରିଛନ୍ତି ଟପର . ଏହା ସହ ନିଜ ବିଦ୍ୟାଳୟର ନାଁ ରଖି ପାରିଛନ୍ତି . ସେପଟେ ସନ୍ଦୀପଙ୍କ ସଫଳତାକୁ ନେଇ ବାପା ମା ଖୁସି ପ୍ରକଟ କରିଥିବା ବେଳେ ବାଙ୍କୀରେ ସନ୍ଦୀପଙ୍କ ସଫଳତାକୁ ନେଇ ଖେଳି ଯାଇଛି ଖୁସିର ଲହରୀ . ଆଗାମୀ ଦିନରେ ଜଣେ ଭଲ ଡାକ୍ତର ହେବା ପାଇଁ ଲକ୍ଷ୍ୟ ରଖିଥିବା କହିଛନ୍ତି ସନ୍ଦୀପ .

Leave a Reply

Your email address will not be published. Required fields are marked *