ତାଳଚେର ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ପାନୀୟ ଜଳ ପାଇଁ ଗରା ଓ ବାଲଟି ଧରି ରାସ୍ତା ଅବରୋଧ କଲେ ଚିତ୍ତଲପୁର ଗ୍ରାମବାସୀ । ମିଳିଥିବା ସୂଚନା ମୁତାବକ ତାଳଚେର ବ୍ଲକ କୁମୁଣ୍ଡା ଗ୍ରାମ ପଞ୍ଚାୟତ ଏଗାରଟି ୱାର୍ଡ କୁ ନେଇ ଗଠିତ l ଦୀର୍ଘ ବର୍ଷ ହେବ ପ୍ରତ୍ୟେକ ୱାର୍ଡ କୁ ପାଣି ଯୋଗାଇଦେବା ନିମିତ୍ତ ପାଇପ ଓ ଟ୍ୟାପର ସଂଯୋଗ କରାଯାଇଥିଲା l ଏହାପରେ ସମସ୍ତ ୱାର୍ଡ କୁ ଜଳଯୋଗାଣର ବ୍ୟବସ୍ଥା ହୋଇଥିଲେ ମଧ୍ୟ ଦଶ ନମ୍ବର ୱାର୍ଡ କୁ ଏଯାଏଁ ପାନୀୟ ଜଳ ଆସି ପାରିଲା ନାହିଁ l ଉକ୍ତ ୱାର୍ଡ ରେ ପ୍ରାୟ ଦୁଇଶହ ଲୋକ ବସବାସ କରି ଆସୁଛନ୍ତି l ଏଠାରେ ଦୁଇଟି ନଳକୂପ ଥିଲେ ମଧ୍ୟ ସେଠାରୁ ବାହାରୁ ଥିବା ପାଣି ବ୍ୟବହାର କରି ଅନେକ ଲୋକ ରୋଗଗ୍ରସ୍ଥ ହୋଇ ସାରିଲେଣି l ତେଣୁ ଏହି ପାନୀୟ ଜଳ ସମସ୍ୟା ନେଇ ବାରମ୍ବାର ପ୍ରଶାସନକୁ ଜଣେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା l ତେଣୁ ଆଜି ବାଧ୍ୟ ହୋଇ ଚିତ୍ତଲପୁର ଗ୍ରାମର ମହିଳା ମାନେ ଗରା ଓ ବାଲଟି ଧରି ରାସ୍ତା ଉପରେ ଧାରଣା ଦେଇଥିଲେ l ପୋଲିସ ପ୍ରଶାସନ ଆସି ବୁଝା ସୁଝା କଲାପରେ ରାସ୍ତା ଅବରୋଧରୁ ଓହରିଥିଲେ l
ପାନୀୟ ଜଳ ପାଇଁ ଗରା ଓ ବାଲଟି ଧରି ରାସ୍ତା ଅବରୋଧ କଲେ ଚିତ୍ତଲପୁର ଗ୍ରାମବାସୀ !!!

