ଟାଇକୋଣ୍ଡୋ ରେ ନୂଆଗାଁ ବ୍ଲକ ର ପ୍ରଥମ ବ୍ଲାକ ବେଲ୍ଟ ପାଇଥିବା ଦଶମ ଶ୍ରେଣୀର ଛାତ୍ର ପ୍ରତୀକ ପ୍ରିୟଦର୍ଶି !!!

0
623

ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବେରୁଆଁବାରି ଗ୍ରାମ ପଞ୍ଚାୟତ ବଧୂଲିପୁର ଗ୍ରାମର ପ୍ରତୀକ ପ୍ରିୟଦର୍ଶି . ୧୬ ତମ କଲର ବେଲ୍ଟ ପ୍ରତିଯୋଗିତା ନୟାଗଡ଼ ମାର୍ସଲ ଆର୍ଟ୍ସ ଟାଇକୋଣ୍ଡୋ ଭବାନୀ ଶଙ୍କର ରାୟଗୁରୁ ଙ୍କ ତରଫରୁ କଲର ବ୍ଲେଟ ପ୍ରତିଯୋଗିତା ରେ ବ୍ଲାକ ବ୍ଲେଟ ବିଜୟୀ ହୋଇ ନିଜ ଅଞ୍ଚଳ ସହ ନୂଆଗାଁ ବ୍ଲକ କୁ ସୁନାମ ଆଣିଛନ୍ତି | ସେପଟେ ନୂଆଗାଁ ବ୍ଲକ ର ପ୍ରଥମ ବ୍ଲାକ ବ୍ଲେଟ ବିଜୟୀ ହୋଇଥିବା ରୁ ବିଭିନ୍ନ ମହଲ ରୁ ପ୍ରତୀକ ପ୍ରିୟଦର୍ଶି ଙ୍କୁ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି | ସୂଚନା ଥାଉ କି ପ୍ରତୀକ ପ୍ରିୟଦର୍ଶି ସୋମନାଥ ଦେବ ବିଦ୍ୟାପୀଠ ହରିପୁର ର ଦଶମ ଶ୍ରେଣୀର ଛାତ୍ର ଅଟନ୍ତି | ନିଜର ପାଠ ପଢ଼ା ସହ କିଛି ସମୟ ବାହାର କରି ନୟାଗଡ଼ ମାର୍ସଲ ଆର୍ଟ ଟାଇକୋଣ୍ଡୋ ଏକାଡେମୀ ରେ ଟ୍ରେନିଂ ନେବା ସହ କଠିନ ପରିଶ୍ରମ କରି ଆଜି ଏହି ସଫଳତା ହାସଲ କରିଥିବା ପ୍ରତୀକ ପ୍ରିୟଦର୍ଶି କହିଛନ୍ତି | ଏହି କାର୍ଯ୍ୟକ୍ରମ ରେ ଓଡିଶା ଟାଇକୋଣ୍ଡୋ ଏକାଡେମୀ ର କୋଚ ପ୍ରଭାତ କୁମାର ସାହୁ ଯୋଗ ଦେଇ ସମସ୍ତ ଖେଳାଳି ଙ୍କୁ କଲର ବ୍ଲେଟ ପ୍ରଦାନ କରିଥିଲେ | ପ୍ରତୀକ ପ୍ରିୟଦର୍ଶି ଙ୍କ ବାପା ବିରଞ୍ଚି ନାରାୟଣ ବେହେରା ପରିଶ୍ରମ ହିଁ ସଫଳତା ର ମୂଳ ମନ୍ତ୍ର ବୋଲି କହିଛନ୍ତି, ସେ ମଧ୍ୟ୍ୟ କହିଛନ୍ତି ପ୍ରତୀକ ପ୍ରିୟଦର୍ଶି ଜଣେ ଦୁଃସାହସୀ ପିଲା – ପ୍ରତ୍ୟେକ କାମ ରେ ସବୁ ସମୟ ରେ ବିପଦ ରେ ପଡ଼ିଥିବା ଲୋକଙ୍କୁ ରେସକ୍ଯୁ କରିପାରିବାର ସାମର୍ଥ୍ୟ ମଧ୍ୟ୍ୟ ତା ପାଖରେ ରହିଛି | ପ୍ରତୀକ ପ୍ରିୟଦର୍ଶି ବ୍ଲାକ ବ୍ଲେଟ ଜିତିବା ପରେ ମୁଁ ତାକୁ ନେଇ ଗର୍ବ ଅନୁଭବ କରୁଛି ବୋଲି ସୂଚନା ଦେଇଛନ୍ତି | ବ୍ଲାକ ବ୍ଲେଟ ଜିତିବା ପରେ ପ୍ରତୀକ ପ୍ରିୟଦର୍ଶି ଙ୍କର ସ୍କୁଲ ସୋମନାଥ ଦେବ ବିଦ୍ୟପୀଠ ହରିପୁର ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜ୍ୟୋତ୍ସ୍ନା ମଞ୍ଜରୀ ମହାପାତ୍ର, ଶିକ୍ଷକ ପରମେଶ୍ୱର ମହାପାତ୍ର, ବିଜୟ ବାରିକ, ଶଙ୍କର୍ଷଣ ସାହୁଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରତୀକ ଆମ ସ୍କୁଲ ର ଗର୍ବ ଓ ଗୌରବ ବୋଲି କହିଛନ୍ତି , ପ୍ରଥମ ବ୍ଲାକ ବ୍ଲେଟ ବିଜେତା ଛାତ୍ର ପ୍ରତୀକ ପ୍ରିୟଦର୍ଶିଙ୍କୁ ହରିପୁର ଗ୍ରାମପଞ୍ଚାୟତ ର ସରପଞ୍ଚ ଜିତେନ୍ଦ୍ର ଖଟୁଆ ମଧ୍ୟ୍ୟ ଶୁଭେଚ୍ଛା ଜଣାଇଛନ୍ତି |

LEAVE A REPLY

Please enter your comment!
Please enter your name here