ବାଙ୍କୀ // ଡମପଡା // କଳାପଥର ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଦୁଇ ବର୍ଷ ପରେ କରୋନା କଟକଣା ହଟିଲା ପରେ ସବୁ ଶୈବପୀଠ ହୋଇ ଉଠିଛି ଚଳଚଞ୍ଚଳ ।ଚଳିତ ବର୍ଷର ଶ୍ରାବଣ ମାସର ପ୍ରଥମ ସୋମବାର ରେ ଶ୍ରଦ୍ଧାଳୁଙ୍କର ବହୁତ ଭିଡ ପରିଲକ୍ଷିତ ହୋଇଛି ବାଙ୍କୀ ବୈଦେଶ୍ବରର ତ୍ରୀକୂଟ ଧାମ ପର୍ଯ୍ୟଟନ ସ୍ଥଳୀରେ । ରାମନାଥ, ସିଂହନାଥ ଓ ବୈଦ୍ୟନାଥ ପୀଠରୁ କାଉଡିଆ ଭାଇମାନେ ପାଣି ନେଇ କଳାପଥର ରାସ୍ତାଦେଇ ପୁରୀ , ନୟାଗଡ ଓ ଭୁବନେଶ୍ବରର ବିଭିନ୍ନ ଶୈବପୀଠ ମାନଙ୍କୁ ଯାଉଛନ୍ତି । କିଛି ଲାଭଖୋର ଜଳଖିଆ, ହୋଟେଲ ମାଲିକ ମାନେ କେବେଳ ନାମକୁ ମାତ୍ର ବିନା ପୁଆଜ ରସୁଣରେ ବୋଲବମ ଜଳଖିଆ ବ୍ୟାନର ମାରି ବେପାର ଚଲାଇଛନ୍ତି । ଆମ ପ୍ରତିନିଧି ବୈଦେଶ୍ବର ଠାରୁ କଳାପଥର ପ୍ରାୟ ୧୦ କି.ମି ରାସ୍ତାରେ ଥିବା ବାରଟି ବୋଲବମ୍ ଜଳଖିଆ ହୋଟେଲ କୁ ଯାଇ ସ୍ଥିତି ପରଖିଥିଲେ । ସବୁଠି ଅସ୍ବାସ୍ଥ୍ୟକର ପରିବେଶ । କାଦୁଅ ଖାଲଢିପ ରାସ୍ତାକଡରେ ଠେଲାଗାଡିରେ ଜଳଖିଆ ବିକ୍ରି । ସାମାଜିକ ଦୂରତ୍ବ ଓ ମୁହଁରେ ମାକ୍ସ ରହୁନି ଜଳଖିଆ ଦୋକାନୀଙ୍କର । କାଉଡି ଭକ୍ତଙ୍କ ଗହଳି ପାଇଁ ରାସ୍ତା ଦୁର୍ଘଟଣା ବଢୁଛି । ହଜାର ହଜାର ସଂଖ୍ୟାର ଭକ୍ତମାନଙ୍କୁ ଶୋଷଣ କରାଯାଉଛି ଖାଦ୍ୟ ପରିବେଶଣରେ । ନିମ୍ନମାନର ଅସ୍ୱଚ୍ଛ ପାଣିରେ ଚା କୋଉଠି ବନା ହେଉଛିତ , ଆଉ କୋଉଠି ଅପରିସ୍କାର ଖଲି ଠୁଙ୍ଗାରେ ଖାଦ୍ୟ ପରିସିବା କାମ । ଆଜିର ଭକ୍ତମାନେ ବି ସେହିପରି । ବାଟସାରା ଆଧ୍ୟାତ୍ମିକର ନାମ ଧରିବା ଅପେକ୍ଷା ଅବକାରୀ ମାଦକ ଦ୍ରବ୍ୟ ସହିତ ଖାଦ୍ୟ ଖାଇବାର ଲୋଭ ରଖୁଛନ୍ତି । ବାଙ୍କୀ ପ୍ରଶାସନ ମଧ୍ୟ ଏପରି ସମୟରେ ଚୁପ ହୋଇ ବସି ରହିଛି । କଟକ ଜିଲ୍ଲା ଫୁଡ୍ ସେଫ୍ଟି ବିଭାଗର ଅଧିକାରୀ ମାନଙ୍କର ଦୃଷ୍ଟି କିପରି ପଡୁନାହିଁ , ତାହା ଚିନ୍ତାର ବିଷୟ । ସେମାନେ କେବଳ କଟକ ବାଲିଯାତ୍ରା ସମୟରେ ଚଢଉ କରି ଟନ ଟନ ଖାଦ୍ୟକୁ ମହାନଦୀରେ ଢାଳିବାର ନଜିରି ରହିଛି । ବାଙ୍କୀର ସମସ୍ତ ଗଣପର୍ବ ଓ ସାମାଜିକ ସାଂସ୍କୃତିକ କାର୍ଯ୍ୟକ୍ରମ ମାନଙ୍କରେ ଉପସ୍ଥିତ ରହି ଲୋକଙ୍କୁ ଖାଦ୍ୟ ସୁରକ୍ଷା ଓ ବିକ୍ରି କରିବାରେ ମଧ୍ୟ ସତେତନ କରାଇବା ଉଚିତ୍ । ନଚେତ୍ କୋଭିଡ ର ଆଗମନରେ ଶ୍ରାବଣ ମାସ ସାରା ହଜାର ହଜାର କାଉଡିଆ ଭକ୍ତ ଗଣ ଲାଭଖୋର ଜଳଖିଆ ବେପାରୀଙ୍କ ଠାରୁ ଖାଦ୍ୟ ଖାଇ ବହୁ ରୋଗକୁ ସାଥି କରିବେ । ଏଥିପ୍ରତି ସମସ୍ତ ଜନସାଧାରଣ ସଚେତନ ହେବାକୁ କଳାପଥର ବୈଦେଶ୍ବର ଅଂଚଳର ବହୁ ବୁଦ୍ଧିଜିବୀ ଅନୁରୋଧ କରିଛନ୍ତି ।

