ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଓ ଏକ୍ସନ ଏଡ଼ର ମିଳିତ ଉଦ୍ୟମରେ ବାଲ୍ୟ ବିବାହ ବନ୍ଦ କରିବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କିଶୋର ଓ କିଶୋରୀ ମାନଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକ ରେ ସାତ ଟି ବ୍ଲକ ରୁ ବାଲ୍ୟ ବିବାହକୁ ନା କହିଥିବା ଓ ବାଲ୍ୟ ବିବହ ଉପରେ କାମ କରି ଥିବା 35 ଜଣ କିଶୋର ଓ କିଶୋରୀ ଉପସ୍ଥିତ ରହିଥିଲେ ୲ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ସଂଗ୍ରାମ ଶେଖର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ବାଲ୍ୟ ବିବାହ କୁ କେମିତି ତୃଣମୂଳ ସ୍ତର ରେ ରୋକିବା, କିଶୋରୀ ବାଳିକା ମାନଙ୍କୁ ସୁଦୃଢ କରିବା ସହ ସଚେତନତା ମାଧ୍ୟମରେ ଜିଲ୍ଲା ରୁ ବାଲ୍ୟ ବିବାହକୁ ଦୂର କରିବା ଏହା ଉପରେ ଆଲୋକପାତ କରିଥିଲେ l 2023 ସୁଦ୍ଧା ଜିଲ୍ଲା କୁ ବାଲ୍ୟ ବିବାହ ମୁକ୍ତ କରିବା ଆମର ସମସ୍ତଙ୍କ ଲକ୍ଷ୍ୟ ଓ ସମସ୍ତଙ୍କ ମିଳିତ ଉଦ୍ୟମ ରେ ଆମେ ଏହାକୁ ସଫଳ କରିବା ବୋଲି ସୂଚେଇ ଥିଲେ। ରୋମାଞ୍ଚଲ୍ ଖମାରି, ପ୍ରକଳ୍ପ ସଂଯୋଜକ, (ଜିଲ୍ଲା ଗ୍ରାମ୍ଯ ଉନ୍ନୟନ ସଂସ୍ଥା) ଗ୍ରାମ ସ୍ତର ରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଏକ ସାମୁହିକ ସଚେତନତା ଓ ମାନସିକ ଚିନ୍ତାଧାରା ରେ ପରିବର୍ତ୍ତନ ହେବା ର ଆବଶ୍ୟକତା ରହିଛି ବୋଲି ସୂଚେଇ ଥିଲେ। ସମାଜ ରେ ବାଲ୍ୟ ବିବାହ ଏକ ଘୃଣ୍ୟ ଅପରାଧ ବୋଲି ଜଣାଇଥିଲେ । ଫାଲଗୁନି ମାଝୀ ପ୍ରକଳ୍ପ ପ୍ରକାଶକ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ଜିଲ୍ଲା ର ବାଲ୍ୟ ବିବାହ ର ତଥ୍ୟ ରଖିବା ସହ ଅବମାନନା କରୁଥିବା ଲୋକୋଙ୍କ ବିରୁଦ୍ଧ ରେ ମକଦ୍ଦମା କରି ଦଣ୍ଡ ଦେବାର ଆବଶ୍ୟକତା ରହିଚି ବୋଲି କହିଥିଲେ । ଶ୍ରୀମତୀ ଅଳକା ସାହୁ, ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷା କମ୍ ବୟସ ର ଶିଶୁ ପ୍ରେମ ସମ୍ପର୍କ ରେ ଆସି ଘରୁ ପଳାୟନ କରୁଛନ୍ତି ଯାହାର ବହୁତ୍ କୁ ପ୍ରଭାବ ଶିଶୁଙ୍କ ଉପରେ ପଡୁଚି ଓ ତାକୁ ରୋକିବା ଦିଗରେ ସଚେତନତା ର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ଆଲୋକପାତ କରିଥିଲେ । କିରଣ କୁମାର ମହାନ୍ତି, ଜିଲ୍ଲାପାଳ ଙ୍କ ଓଏସଡି ବାଲ୍ୟ ବିବାହ ନାରୀ ମାନଙ୍କର ସମ୍ମାନ ଓ ପ୍ରତି ସ୍ୱାଭିମାନ ଉପରେ ଏକ ଅପମାନ ଓ କଳାଦାଗ ବୋଲି କହିଥିଲେ । ଯାହା ଗୋଟେ କିଶୋରୀ ବାଳିକା କୁ ତାର ଅଧିକାର କ୍ଷୁର୍ଣ୍ଣ କରିଥାଏ , ଓ ଉଚ୍ଚ ଶିକ୍ଷିତ ରୁ ବଞ୍ଚିତ ରଖିଥାଏ ବୋଲି ଆଲୋକପାତ କରିଥିଲେ । ଶ୍ରୀମତୀ ମୀନତି ଦେଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସମସ୍ତ ସ୍କୁଲ ରେ କିଶୋର କିଶୋରୀ ମାନଙ୍କୁ ସଚେତନତା କରେଇବା ର ଆବଶ୍ୟକତା ରହିଚି ବୋଲି ଆଲୋକପାତ କରିବା ସହିତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସମନ୍ନିତ ଶିଶୁ ସୁରକ୍ଷା ଯୋଜନା ରେ ଥିବା ସୁବିଧା ବିଷୟ ରେ ଅବଗତ କରେଇଥିଲେ । ନିଜ ବାଲ୍ଯ ବିବାହ କୁ ନିଜେ ନା କହି ଥିବା 2 ଜଣ କିଶୋରୀ ବାଳିକା କୁ ସମ୍ମାନିତ କରାଯାଇଥିଲା ଓ 2021 ମସିହାରେ ବାଲ୍ୟ ବିବାହ କୁ ନମାନିଥିବା ବ୍ୟକ୍ତି ବିରୁଦ୍ଧ ରେ ଗୁମା ବାଲ୍ୟ ବିବାହ ନିଷେଧ ଅଧିକାରିଣୀ ଶ୍ରୀମତି ଅନିତା ପଟ୍ଟନାୟକ ମକଦ୍ଦମା ରୁଜୁ କରିଥିବାରୁ ତାଙ୍କୁ ସମ୍ମାନିତ କରାଯାଇଥିଲ। ବିକାଶ କୁମାର ମେହେର ଆକ୍ସନଆଡ୍ଡର ଜିଲ୍ଲା ସଂଯୋଜକ ସ୍ଵାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ସଭା ପରିଚାଳନା କରିଥିଲେ । ବିଜୟ ପ୍ରଧାନ (ବ୍ଲକ ସଂଯୋଜକ) ଉପସ୍ଥିତ ଥିବା କିଶୋର କିଶୋରୀ ମାନଙ୍କୁ ବାଲ୍ଯ ବିବହ ଉପରେ ଦକ୍ଷତା ବୃଦ୍ଧି କରେଇଥିଲେ । ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ କେନ୍ଦ୍ର ପ୍ରଶାସିକା ସକ୍ଷୀ ଦ୍ଵାରା ଦିଆଯାଉଥିବା ସେବା ଉପରେ ଦକ୍ଷତା ବୃଦ୍ଧି କରାଇଥିଲେ । ଶ୍ରୀମତୀ କେ ସୁନିତା ମହିଳା ସୁରକ୍ଷା ଅଧିକାରୀ କିଶୋର କିଶୋରୀ ମାନଙ୍କୁ ସଶକ୍ତି କରଣ ପାଇଁ ଚାଲିଥିବା ଅଦ୍ଵିକା କାର୍ଯ୍ୟକ୍ରମ ଉପରେ ଦକ୍ଷତା ବୃଦ୍ଧି କରିଥିଲେ। ଶ୍ରୀମତୀ ମନ୍ଦାକିନୀ ସିଂ ଜିଲ୍ଲା ସଂଯୋଜିକା ୟୁ ଏନ୍ ଓମେନ୍ ଶିକ୍ଷା ଗ୍ରହଣ କ୍ଷେତ୍ରରେ ଟେକନିକାଲ ଏଡୁକେସନ୍ ଗ୍ରହଣ ର ଆବଶ୍ୟକତା, ଉପକାରିତା ଓ ଏହାର ଆବଶ୍ୟକତା ଉପରେ ଦକ୍ଷତା ବୃଦ୍ଧି କରିଥିଲେ। ଶେଷରେ ଅରୁଣ କୁମାର ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।
ବାଲ୍ୟ ବିବାହ ବନ୍ଦ ନିମନ୍ତେ ଜିଲ୍ଲା ସ୍ତରୀୟ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ ର ବୈଠକ !!!

