ସିବିଏସଇ ଦଶମ ଓ ଦ୍ଵାଦଶ ପରୀକ୍ଷାରେ ସେଞ୍ଚୁରିୟନ୍ ଛାତ୍ରଛାତ୍ରୀଙ୍କ ସଫଳତା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିୟନ୍ ପବ୍ଲିକ ସ୍କୁଲର ସଫଳତାରେ ଆଉ ଗୋଟିଏ ଫର୍ଦ୍ଦ ଯୋଡ଼ି ହୋଇଛି ।ସିବିଏସଇ ଦ୍ଵାରା ପ୍ରକାଶ ପାଇଥିବା ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷାରେ ଶତ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଦ୍ଵାଦଶ ଶ୍ରେଣୀ ପରୀକ୍ଷାରେ ଇଶ୍ରିତା ମିଶ୍ର 93.6 ପ୍ରତିଶତ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଗୌତମ ଚରିତ 93.2 ପ୍ରତିଶତ, ପୂର୍ଣ୍ଣିମା ପଟ୍ଟନାୟକ 92.4 ପ୍ରତିଶତ , ରୋଜାଲିନ ପଣ୍ଡା 90.8 ପ୍ରତିଶତ ଏବଂ ବିବେକ ପାତ୍ର 90.6 ପ୍ରତିଶତ ନମ୍ବର ରଖିଛନ୍ତି । ସେହିପରି ଦଶମ ଶ୍ରେଣୀ ପରୀକ୍ଷାରେ ରାହୁଲ ଗୌଡ଼ 98.8 ପ୍ରତିଶତ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ତନିଶା ପାତ୍ର 98.2 ପ୍ରତିଶତ , ଆଶିଷ ପାଣିଗ୍ରାହୀ 93.4 ପ୍ରତିଶତ , ଶ୍ରୀ ସାଇ ଶ୍ରୀନିବାସ ପଣ୍ଡା 93 ପ୍ରତିଶତ ନମ୍ବର ରଖିଛନ୍ତି । ଦଶମ ଶ୍ରେଣୀ ପରୀକ୍ଷାରେ ମୋଟ 113 ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ 14 ଜଣ ପରୀକ୍ଷାର୍ଥୀ 90 ପ୍ରତିଶତ ରୁ ଅଧିକା ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଶତ ପ୍ରତିଶତ ସଫଳତା ହାସଲ କରିଥିବାରୁ ସମସ୍ତ ବିଦ୍ୟାର୍ଥୀ ମାନଙ୍କୁ ବିଦ୍ୟାଳୟର ଭାଇସ୍ ପ୍ରେସିଡେଣ୍ଟ ଡି.ଏନ୍.ରାଓ , ପ୍ରିନ୍ସିପାଲ୍ ଶ୍ରୀମତୀ ସୁନୀତା ପାଣିଗ୍ରାହୀ, ଆଞ୍ଚଳିକ ନିର୍ଦ୍ଦେଶକ ସମ୍ବିତ ପାତ୍ର , ପ୍ରଶାସନିକ ଅଧିକାରୀ ପ୍ରଦୀପ ପଣ୍ଡା ,ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ବୃନ୍ଦ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉଜ୍ବଳ ଭବିଷ୍ୟତ ନିମନ୍ତେ କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *