ଅନ୍ତର୍ଜାତୀକ ମାନବାଧିକାର ରକ୍ଷକ ଗଜପତି ଜିଲ୍ଲା ଶାଖା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଅନ୍ତର୍ଜାତୀକ ମାନବାଧିକାର ରକ୍ଷକ ଗଜପତି ଜିଲ୍ଲା ଶାଖା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ରଞ୍ଜନ ମହାପାତ୍ର , ଜିଲ୍ଲାର ମହିଳା ସଭାନେତ୍ରୀ ତନୁଜା ଶତପଥୀ, ଜିଲ୍ଲା ସମ୍ପାଦକ ହିମାଂଶୁ ଲିମା ଏବଂ ଉପ ସଭାପତି ନରସିଂହ ମାଲ ବିଷୋୟୀଙ୍କ ସମେତ ସମସ୍ତ ବ୍ଳକର ସଦସ୍ୟ ମାନେ ଉପସ୍ଥିତ ଥିଲେ । ଆନ୍ତର୍ଜାତିକ ମାନବାଧିକାର ରକ୍ଷକର ରାଜ୍ୟ ଚେୟାରମ୍ୟାନ ମିନକେତନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ନିଜର ବକ୍ତବ୍ୟ ରଖିଥିଲେ ।ଲୋକଙ୍କ ଅଧିକାର କ୍ଷୁର୍ଣ୍ଣ ହେଲେ ନ୍ୟାୟିକ ପଦ୍ଧତିରେ ଲଢେ଼ଇ କରି ଲୋକଙ୍କ ଅଧିକାରକୁ ନ୍ୟାୟ ଦେବା ସକାଶେ ଓ ଏକ ସୁସ୍ଥ ସମାଜ ଗଠନ କରିବା ସକାଶେ ପ୍ରୟାସ ଜାରି ରହିବ । ଗଜପତି ଜିଲ୍ଲାରେ ଏକ ଶାଖା ଖୋଲା ଯାଇଛି , କୌଣସି ଜନ ସାଧାରଣ ନିଜର ଅଧିକାର କ୍ଷୁର୍ଣ୍ଣ ହେଲେ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରି ପାରିବେ ବୋଲି ଆନ୍ତର୍ଜାତିକ ମାନବାଧିକାର ର ରାଜ୍ୟ ଚେୟାରମ୍ୟାନ ସୂଚନା ଦେଇଛନ୍ତି । ଆଗାମୀ ଦିନରେ ସଂସ୍ଥା ତରଫରୁ ଆମ୍ବୁଲାନ୍ସ ସର୍ଭିସ ଏବଂ ଅନାଥ ପିଲାଙ୍କ ପାଇଁ ଜରାଶ୍ରମ ନିର୍ମାଣ କରାଯିବ ବୋଲି କହିଥିଲେ । ଜିଲ୍ଲା ରେ ଅବହେଳିତ ନିଷ୍ପେସିତ ଲୋକଙ୍କୁ ନ୍ୟାୟ ଦେବାରେ ସହଯୋଗ କରାଯିବ । ପରିଶେଷରେ ଅନକ୍ଷା ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *