ନୟାଗଡ଼ ଜିଲ୍ଲା ପ୍ରଶାସନ ର ଦୋମୁହାଁ ନୀତି !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ନୟାଗଡ଼ ଜିଲ୍ଲା ପ୍ରଶାସନ ର ଦୋମୁହାଁ ନୀତି । କଳସଖମଣ ପ୍ୟାକ୍ସ ସମ୍ପାଦକ ରଘୁନାଥ ମହାକୁଡ଼ଙ୍କୁ ଏଆରସିଏସ ଏତଲା ଦେବାର ଦିନକ ଭିତରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଵାଣିଗୋଚ୍ଛା ଥାନା ଆଇଆଇସି ଗିରଫ କରିଥିବା ବେଳେ, ଇଟାମାଟି ପ୍ୟାକ୍ସର ନିଲମ୍ବିତ ସମ୍ପାଦକ ରବୀନ୍ଦ୍ର ପ୍ରଧାନଙ୍କ ବିରୁଦ୍ଧରେ ଧାନ କିଣାବିକା ରେ ଗୁରୁତର ଅନିୟମିତତା ପାଇଁ ରାଜ୍ୟ ସମବାୟ ସଚିବଙ୍କ ନିର୍ଦ୍ଦେଶରେ ଇଟାମାଟି ଥାନା ରେ ଠକେଇ ମାମଲା ଇଟାମାଟି ଥାନା କେସ ନମ୍ବର ୪୩/୨୩.୦୨.୨୦୨୨ ଯାହାକି ଆଜିକୁ ଛଅ ମାସ ହେବ ପଞ୍ଜିକୃତ ହୋଇଥିଲେ ମଧ୍ୟ ରାଜନୈତିକ ଚାପରେ ସମ୍ପୃକ୍ତ ସମ୍ପାଦକଙ୍କୁ ଗିରଫ କରାଯାଉ ନାହିଁ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ଅଭିଯୋଗ କରିଛନ୍ତି l ଇଟାମାଟି ପ୍ୟାକ୍ସ ସମ୍ପାଦକ ସ୍ଥାନୀୟ ବିଧାୟକଙ୍କ ସହ ଖାସ ସମ୍ପର୍କ ଥିବାରୁ ଏଯାବତ ସେ ବେଧଡ଼କ ବୁଲୁଛନ୍ତି, ପୋଲିସ ଗିରଫ କରିବା ପାଇଁ ସାହସ ଜୁଟାଇ ପାରୁ ନଥିବା ନୟାଗଡ କଂଗ୍ରେସ ପକ୍ଷରୁ ଅଭିଯୋଗ ହେଉଛି l ସୂଚନା ଯୋଗ୍ୟ ୨୦୧୭ ଠାରୁ ୨୦୨୦ ମଧ୍ୟରେ ପାଣିପୋଇଲା, ଶାଳବଣି ସିନେମାହଲ, ଦେବୋତ୍ତର ଜମିଜମା, ନାଳ, ଗୋଚର ଜମିରେ ଧାନ ଚାଷ ଦେଖାଇ ବିଭିନ୍ନ ଭୁତ ଚାଷିଙ୍କ ନାଁରେ ଭେଣ୍ଡର ଦର୍ଶାଯାଇ କୋଟିକୋଟି ଟଙ୍କାର ସରକାରୀ ଅର୍ଥ ରାଶି ଠକେଇ ଅଭିଯୋଗ ରହି ଆସୁଛି , ଯାହାକି କ୍ରାଇମବ୍ରାଞ୍ଚ ତଦନ୍ତ କରାଗଲେ ବହୁ ଭୁତ ଚାଷୀ ଲୋକଲୋଚନ କୁ ଆସି ପାରିବେ ଏବଂ ସେହିପରି ଜେମାଦେଇପୁର ପାଟଣା ପ୍ୟାକ୍ସ ର ଚାରିଚାରି ଥର ନିଲମ୍ବିତ ସମ୍ପାଦକ ଅଲେଖ ପ୍ରଧାନଙ୍କ ବିରୁଦ୍ଧରେ ନୟାଗଡ ସଦର ଥାନା କେସ ନମ୍ବର ୪୧/୨୨.୦୩.୨୦୨୨ ରେ ଠକେଇ ମାମଲା ରୁଜୁ ହୋଇଥିଲେ ମଧ୍ୟ ଭୋଟ ରାଜନୀତି ପାଇଁ ରାଜନୈତିକ ଚାପରେ ଏଯାବତ ପୋଲିସ ଗିରଫ କରି ପାରୁନାହିଁ ବୋଲି ପ୍ରେସ ବାର୍ତ୍ତା ରେ ଶ୍ରୀଯୁକ୍ତ ଦାଶ ଗଣମାଧ୍ୟମ ସମୁଖରେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *