ଦୃଷ୍ଟି ହୀନ ଛାତ୍ର ଛାତ୍ରୀ ଙ୍କୁ ଲ୍ୟାପଟପ ପ୍ରଦାନ କଲେ ଜିଲ୍ଲାପାଳ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜିଲ୍ଲାପାଳ ଙ୍କ କନଫେରନ୍ସ ହଲ ଠାରେ ଦୃଷ୍ଟି ହୀନ ଛାତ୍ର ଛାତ୍ରୀଙ୍କୁ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଲ୍ୟାପଟପ ବଣ୍ଟନ କରିଛନ୍ତି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡ଼ିଶା ପକ୍ଷରୁ ଦୃଷ୍ଟି ହୀନ ଛାତ୍ର ଛାତ୍ରୀ ମାନଙ୍କ ସକାଶେ ବିଭିନ୍ନ କଲେଜରେ ଅଧ୍ୟୟନ କରୁଥିବା + 3 ଠାରୁ ଅଧିକ କ୍ଳାସରେ ପଢୁଥିବା ଛାତ୍ର ଛାତ୍ରୀ ଙ୍କୁ ଉଚ୍ଚ ଶିକ୍ଷାରେ ସହାୟକ ହେବା ପାଇଁ ଏବଂ ତାଙ୍କ ପାଠ ପଢା ସୁଗମ ହେବା ପାଇଁ ତାଙ୍କୁ ଏହି ସାହାଯ୍ୟ କରାଯାଇଛି । ଗଜପତି ଜିଲ୍ଲାର 5 ଜଣ ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରାଯାଇଛି । 5 ଜଣ ଛାତ୍ରଛାତ୍ରୀ ଙ୍କୁ ଅନୁମୋଦିତ ହୋଇଥିବାର ପଵିତ୍ର କୁମାର ଦାସ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ କୁ ସାମାଜିକ ସୁରକ୍ଷା ବିଭାଗ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର କର୍ମଚାରୀ ମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *