କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଲଘୁଚାପ ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ଲାଗି ରହିଛି ଲଗାଣ ବର୍ଷା । ଲଗାଣ ବର୍ଷା ଫଳରେ କେଉଁଠି ରାସ୍ତା ଧୋଇ ହୋଇଯାଇଛି ତ ଆଉ କେଉଁଠି ଭଙ୍ଗାପୋଲର ଆପ୍ରୋଚ ରାସ୍ତା ଧୋଇ ହୋଇ ଯାଇଥିବା ଦେଖିବାକୁ ମିଳିଛି । ଦାରିଙ୍ଗବାଡ଼ି ଠାରୁ ରାଇକିଆ ରାସ୍ତା ଲେଙ୍ଗୁମାହା ନିକଟରେ ତିତିଲି ବାତ୍ୟା ରେ ନଷ୍ଟ ହୋଇ ଯାଇଥିବା ମୁରୁଡ଼ି କୁପୁଡ଼ା ପୋଲ ର ଆପ୍ରୋଚ ରାସ୍ତାର ଅନେକ ଅଂଶ ଲଗାଣ ବର୍ଷାରେ ଧୋଇ ହୋଇଯାଇଛି । ଯାହା ଫଳରେ ସେହି ରାସ୍ତାରେ ବର୍ତ୍ତମାନ ବିପଦପୂର୍ଣ୍ଣ ଭାବରେ ଦାରିଙ୍ଗବାଡ଼ି ଠାରୁ ଫୁଲବାଣୀ, ରାଇକିଆ, ଭୁବନେଶ୍ୱର ଓ ବ୍ରହ୍ମପୁର ଆଦି ଅଞ୍ଚଳକୁ ବସ୍ ଚଳାଚଳ ହେଉଛି । ଆପ୍ରୋଚ ରାସ୍ତାର ଅନେକ ଅଂଶ ବର୍ଷାରେ ଧୋଇ ଯାଇଥିବା ବେଳେ ପୂର୍ତ୍ତ ବିଭାଗ ପକ୍ଷରୁ ଏଯାବତ କୌଣସି ମରାମତି କାର୍ଯ୍ୟ କରାଯାଇ ନଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ତିତିଲି ବାତ୍ୟାରେ ମୁରୁଡ଼ି କୁପୁଡ଼ା ପୋଲଟି ସମ୍ପୂର୍ଣ୍ଣ ଭାବେ ଧୋଇ ହେବାର ୫ ବର୍ଷ ବିତି ଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ପୋଲ ନିର୍ମାଣ କାରା ନଯାଇ ଅସ୍ଥାୟୀ ଭାବରେ ଡାଇଭର୍ଶନ ରାସ୍ତାରେ ଯାନବାହନ ଚଳାଚଳ କରୁଥିଲା । ହେଲେ ବର୍ତ୍ତମାନ ଲଗାଣ ବର୍ଷାରେ ପୁଣି ପୋଲଟିର ଆପ୍ରୋଚ ରୋଡ ଧୋଇଯାଇଛି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ମରାମତି କରିବାକୁ ଦାବୀ ହେଉଛି l
ଲଗାଣ ବର୍ଷାରେ ଧୋଇଗଲା ମୁରୁଡ଼ି କୁପୁଡ଼ା ଆପ୍ରୋଚ ରୋଡ !!!

