ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଅନ୍ତର୍ଗତ କେରାଣ୍ଡୀ ପଞ୍ଚାୟତର ପୁରୁଣା କେରାଣ୍ଡୀ ଗ୍ରାମରେ ଥିବା ରାଧା ଗୋବିନ୍ଦ ମଠରେ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଝୁଲଣ ଯାତ୍ରାରେ ପ୍ରତିଦିନ ରାଧା କୃଷ୍ଣଙ୍କ ଯୁଗଳ ମୂର୍ତ୍ତି ବିମାନ ରେ ବସାଇ ଝୁଲା ଯାଇଥାଏ । ଭଜନ ସଂକୀର୍ତ୍ତନ ରେ ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି । ଏହି ଝୁଲଣ ଯାତ୍ରା ଦେଖିବା ସକାଶେ ଆଖ ପାଖ ଗ୍ରାମର ଭକ୍ତ ବୃନ୍ଦ ଙ୍କ ସୁଅ ଛୁଟୁଛି । ଗ୍ରାମବାସୀ ମଧ୍ୟ ରାଧା କୃଷ୍ଣ ଙ୍କ ଯୁଗଳ ମୂର୍ତ୍ତି ଦର୍ଶନ କରିଥାନ୍ତି । ଝୁଲଣ ଯାତ୍ରାରେ ମନ୍ଦିର ସମୁଖରେ ବିଭିନ୍ନ ପ୍ରକାରର ରାଧା କୃଷ୍ଣଙ୍କର ମୂର୍ତ୍ତି ସଙ୍ଗକୁ ଆଲୋକ ସଜ୍ଜାରେ ମନ୍ଦିର ଝଲସି ଉଠୁଛି । ଏହି ଝୁଲଣ ଯାତ୍ରା ଶ୍ରାବଣ ଶୁକ୍ଳ ଦଶମୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳିତ ହେଉଛି । ଝୁଲଣ ଯାତ୍ରା ମଠାଧୀଶ ମହନ୍ତ ମହାରାଜ ଦାମୋଦର ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ କୁ ପୁରୋହିତ ଜଗନ୍ନାଥ ଙ୍କ ଦ୍ବାରା ପୂଜାର୍ଚ୍ଚନା କରାଯାଇଛି । ଏହି ଉତ୍ସବକୁ ଗ୍ରାମବାସୀ ଓ ଯୁବ ଗୋଷ୍ଠୀ, ୱାର୍ଡ ସଭ୍ୟ ସରୋଜ ଜେନା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
ପୁରୁଣା କେରାଣ୍ଡୀ ରାଧାଗୋବିନ୍ଦ ମଠରେ ଝୁଲଣ ଯାତ୍ରା !!!

