ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ରେଡକ୍ରସ ଫୋରମ୍ ଏବଂ ସାଇ ଖାଦ୍ୟ ରଥ ମିଳିତ ଆନୁକୂଲ୍ୟରେ ଅମୃତ ମହୋତ୍ସବ ପାଳନ କରାଯାଇଛି । ସାମାଜିକ କର୍ମୀ ଚିକୁ ପଟ୍ଟନାୟକ ଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ସାମିଲ୍ ହୋଇ ଅମୃତ ମହୋତ୍ସବ ଉତ୍ସବ କୁ ଉଦଘାଟନ କରିଥିଲେ। ସ୍ବାଧୀନତା ର ୭୫ ବର୍ଷ ପୂର୍ତ୍ତି ଅବସରରେ ମ୍ୟୁନିସିପାଲଟି ର ସମସ୍ତ କାଉନସିଲର ଏବଂ ବହୁ ବୁଦ୍ଧିଜୀବୀ, ସମାଜସେବୀ ଯୋଗଦେଇ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ରେ ଭାରତ ମାତା କି ଜୟ, ହର ଘର ତ୍ରିରଙ୍ଗା, ବନ୍ଦେ ମାତରଂ ନାରା ଦେଇ ଜଗନ୍ନାଥ ମନ୍ଦିର ଠାରୁ ବାହାରି ସହର ପରିକ୍ରମା କରିଥିଲେ । ସହର ପରିକ୍ରମା ପରେ ସାଇ ପ୍ରସାଦ ଖାଦ୍ୟ ରଥ ତରଫରୁ ଓଡ଼ଗାଁ ବ୍ଲକ ବାଣ୍ଠପୂର ପଞ୍ଚାୟତ ଆଦିବାସୀ ବହୁଳ ତୁଲୁଭି ଗ୍ରାମ ଠାରେ ଅସହାୟ, ନିରାଶ୍ରୟ ମାନଙ୍କୁ ଖାଦ୍ୟ , ବସ୍ତ୍ର , ଜୋତା, ଛତା ଆଦି ସାମଗ୍ରୀ ବଣ୍ଟନ କରାଯାଇଥିଲା ।
ନୟାଗଡ଼ ରେଡକ୍ରସ ଫୋରମ୍ ଏବଂ ସାଇ ଖାଦ୍ୟ ରଥ ମିଳିତ ଆନୁକୂଲ୍ୟରେ ଅମୃତ ମହୋତ୍ସବ ପାଳନ !!!

