ଜାତୀୟ ପତାକା ତଳେ , ବିଜେପି ପତାକା ଉପରେ !!!

Spread the love

ଯାଜପୁର ( ଆୱାଜ ମିଡିଆ ) – ବ୍ୟୁରୋ ରିପୋର୍ଟ : ସାରା ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରି ଆସୁଥିବା ବେଳେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ଉତ୍ତର ପ୍ରତାପ ପଞ୍ଚାୟତର ନରସିଂହପୁର ଗ୍ରାମରେ ଜାତୀୟ ପତାକାକୁ ଅସମ୍ମାନ କରିବାର ଦୃଶ୍ୟ ସୋସିଆଲ ମିଡିଆ ପେଜରେ ହେବାରେ ଲାଗିଛି ଭାଇରାଲ । କିପରି ଜାତୀୟ ପତାକାକୁ ତଳେ ରଖି ନିଜର ଦଳୀୟ ପତାକାକୁ ଉପରେ ରଖାଯାଇଛି ଏ ଦୃଶ୍ୟ ଉପରେ ଟିକେ ନଜର ପକାନ୍ତୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ସାରା ଦେଶରେ ଆଜାଦୀ କା ଅମୃତ ମହୋତ୍ସବ , ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଚାଲିଥିବା ବେଳେ ଜାତୀୟ ପତାକା ପ୍ରତି ଅସମ୍ମାନ କରାଯାଉଛି । ଜାତୀୟ ପତାକା ତଳେ ଉଡା ଯାଇଥିବା ବେଳେ ଭାରତୀୟ ଜନତା ପାର୍ଟିର ପତାକା ଉପରେ ଉଡୁଅଛି ।

Leave a Reply

Your email address will not be published. Required fields are marked *