ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ପବିତ୍ର ସ୍ୱାଧୀନତା ଦିବସ ଅବସରରେ ନୟାଗଡ଼ ରେ ଉଦଘାଟିତ ହେଲା ଅତ୍ୟାଧୁନିକ କୈଳାସ ହସ୍ପିଟାଲ । ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ସମୁଖରେ ଅବସ୍ଥିତ କୈଳାସ ହସ୍ପିଟାଲ କୁ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ଯୋଗଦେଇ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ନୟାଗଡ଼ ମ୍ୟୁନିସିପାଲଟି ଅଧ୍ୟକ୍ଷାଙ୍କ ପ୍ରତିନିଧି ଶ୍ରୀକାନ୍ତ ଖଟେଇ ଯୋଗ ଦେଇଥିଲେ। ଏହି ଉଦଘାଟନୀ କାର୍ଯକ୍ରମ ରେ ମ୍ୟୁନିସିପାଲଟି ର କାଉନସିଲର, ସାମ୍ବାଦିକ, ସମାଜସେବୀ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଏହି ହସ୍ପିଟାଲ ରେ ସମସ୍ତ ଉନ୍ନତ ମାନର ଯନ୍ତ୍ରପାତି ଥିବା ବେଳେ ବହୁ ନାମିଦାମୀ ଡାକ୍ତର ଚିକିତ୍ସା ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ସର୍ଜରୀ ଡାକ୍ତର ପ୍ରଫେସର ରଘୁନାଥ ମହାପାତ୍ର ଉପସ୍ଥିତ ରହି ରୋଗୀ ମାନଙ୍କୁ ସ୍ବତନ୍ତ୍ର ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିବା କଥା ପ୍ରକାଶ କରିଥିଲେ । ସମସ୍ତ ଉନ୍ନତ ଧରଣର ଅସ୍ତ୍ରୋପଚାର ସହିତ ଆବଶ୍ୟକ ସ୍ଥଳେ ଗରିବ ଶ୍ରେଣୀର ଲୋକ ମାନଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି ହସ୍ପିଟାଲର ମ୍ୟାନେଜିଂଗ ଡାଇରେକ୍ଟର ମାନସୀ ଘଡେ଼ଇ ପ୍ରକାଶ କରିଛନ୍ତି । ଏହି ଉଦଘାଟନୀ କାର୍ଯକ୍ରମ କୈଳାସ ହସ୍ପିଟାଲ ର ଚେୟାରମ୍ୟାନ ରୂପାଲି ଗୁରୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିଲା ।
ନୟାଗଡ଼ ରେ ଉଦଘାଟିତ ହେଲା ଅତ୍ୟାଧୁନିକ କୈଳାସ ହସ୍ପିଟାଲ !!!

