ବାଙ୍କୀ ରେ ସୀମିତ ଓଭର କ୍ରିକେଟ ଟୁର୍ଣ୍ଣାମେଣ୍ଟ !

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ସଦର ମହକୁମାରେ ଆୟୋଜିତ ହୋଇଯାଇଛି ସୀମିତ ଓଭର କ୍ରିକେଟ ଟୁର୍ଣ୍ଣାମେଣ୍ଟ . ବାଙ୍କୀ ଏନଏସି ୧୧ ନମ୍ବର ୱାର୍ଡ ହରିଜନ ସାହି ତରଫରୁ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା ଏଥିରେ ୮ ଟି ଟିମ୍ ଅଂଶଗ୍ରହଣ କରିଥିଲେ . ସୀମିତ ଓଭର ଏବଂ ସର୍କଲ ବିଶିଷ୍ଟ ଏହି ଟୁର୍ଣ୍ଣାମେଣ୍ଟରେ ୧୧ ନମ୍ବର ୱାର୍ଡ ର ଜୟ ମହାବୀର କ୍ରିକେଟ ଟିମ୍ ବିଜୟୀ ହୋଇଥିଲେ । ପୁରସ୍କାର ବିତରଣ ଉତ୍ସବରେ ବାଙ୍କୀ ଯୁବ ଜନତା ଦଳର ସଭାପତି ସନ୍ତୋଷ କୁମାର ରଣା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଜୟୀ ଦଳକୁ ଟ୍ରଫି ଏବଂ ପୁରସ୍କାର ରାଶି ପ୍ରଦାନ କରିଥିଲେ . ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିବା ପିଲା ମାନଙ୍କୁ ଅତିଥିମାନେ ଧନ୍ୟବାଦ ଦେବା ସହ ଖେଳ ମାଧ୍ୟମରେ ଶାରୀରିକ ସୁସ୍ଥତା ବଜାୟ ରହିବା ସହ ବିଭିନ୍ନ ଅଂଚଳର ଟିମର ଉପସ୍ଥିତି ଯୋଗୁଁ ଭାଇଚାରା ବଢିଥାଏ ବୋଲି ପରାମର୍ଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *