ଅଦ୍ରିକା ଜୀବନ ଶୈଳୀ ଶିକ୍ଷା ତାଲିମ ଶିବିର !!!

0
121

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ସଦର ମିଶନ ଶକ୍ତି ଭବନ ଠାରେ ଜିଲ୍ଲା ସ୍ତରୀୟ ଅଦ୍ରିକା ଜୀବନ ଶୈଳୀ ଶିକ୍ଷା ଓ ଆଫ୍ରିକା ଆପର ବ୍ୟବହାର ନିମନ୍ତେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ୟୁନିସେଫ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ଏହି ୨ ଦିନିଆ ଶିବିରରେ ଜିଲ୍ଲା ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ଉର୍ମିଲା ପରିଡା ସଭାପତିତ୍ବ କରିଥିଲେ । ଏହି ଶିବିରରେ ଆକ୍ସନ ଏଡ଼ ଜିଲ୍ଲା ସଂଯୋଜିକା ଶ୍ରୀମତୀ ଇପ୍ସିତା ଅଗରୱାଲ , ଅପ୍ଟିକା କାର୍ଯ୍ୟକ୍ରମ ମାଧ୍ୟମରେ ବାଲ୍ୟ ବିବାହ ନିଷେଧ ଓ ନିୟନ୍ତ୍ରଣ କରିହେବ ବୋଲି ମତବ୍ୟକ୍ତ କରିଥିଲେ । ଏହି ତାଲିମ ଶିବିରରେ ୟୁନିସେଫ ର ଶ୍ରୀମତୀ ସୁନନ୍ଦା କାନୁନଗୋ ଏବଂ ଅମିୟବାଳା ପଟ୍ଟନାୟକ ଅଦ୍ରିକା କାର୍ଯ୍ୟକ୍ରମର କିଶୋରୀ କ୍ୟାଲେଣ୍ଡର ସମସ୍ତ ବିଷୟବସ୍ତୁ ଉପରେ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଏବଂ କ୍ଷେତ୍ର ପରିଦର୍ଶିକା ଙ୍କୁ ଜିଲ୍ଲା ସ୍ତରରେ ତାଲିମ ପ୍ରଦାନ କରିଥିଲେ । ପ୍ରଶିକ୍ଷଣ ଶିବିରରେ କିଶୋରୀ ବାଳିକାଙ୍କୁ ଜୀବନ ଶୈଳୀ ସୂଚନା ବିଷୟରେ ତାଲିମ ପ୍ରଦାନ କରଯାଇଥିଲା । ଏହି ତାଲିମ ଶିବିରରେ ୮ ଗୋଟି ବ୍ଲକର ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଏବଂ କ୍ଷେତ୍ର ପରିଦର୍ଶିକା ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here