ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଗତକାଲି ଆୱାଜ ମିଡ଼ିଆ ରେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପ୍ରଶାସନ ଏବଂ ଜନ ପ୍ରତିନିଧି ଙ୍କ ନଜର ଆଢୁଆଳ ରେ ରହି ଯାଇଥିବା ଅସହାୟ ବୃଦ୍ଧା ଯମୁନା କଅଁର ଙ୍କ ସମ୍ପର୍କରେ ଖବର ପ୍ରସାରଣ ହୋଇଥିଲା ! ପରିଣତ ବୟସରେ ମଧ୍ୟ ସମସ୍ତ ସରକାରୀ ସହାୟତା ପାଇବା ରୁ ବଞ୍ଚିତ ଥିବା ବିସ୍ତୃତ ରିପୋର୍ଟ ଆୱାଜ ମିଡ଼ିଆ ରେ ପ୍ରକାଶ ପାଇଥିଲା | ତେବେ ଖବର ପ୍ରକାଶ ପାଇବାର ବାର ଘଣ୍ଟା ମଧ୍ୟରେ ପାଦଚଲା ରାସ୍ତାରେ ଏକ କିଲୋମିଟର ଚାଲି ଚାଲି ହିତାଧିକାରୀ ଙ୍କ ପାଖରେ ପହଁଚିଲେ ଯୋଗାଣ ଅଧିକାରୀ ।

ଗତକାଲି ଏକ ଖବର ଯାହାକି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ବେରୁଆବାରୀ ପଞ୍ଚାୟତର ମଧୁବନ ଗ୍ରାମର ଯମୁନା କଅଁର ବୟସ (୮୦) ସରକାରୀ ଯୋଜନା ରୁ ବଞ୍ଚିତ ତଥା ଖାଦ୍ୟ ସୁରକ୍ଷା ଯୋଜନା ରୁ ବଞ୍ଚିତ ଥିବା ଖବର ଆଞ୍ଚଳିକ ଖବର ରେ ପ୍ରକାଶ ପାଇଥିଲା ! ତେବେ ଆଜି ଖବର ପାଇ ନୂଆଗାଁ ବ୍ଲକ ଯୋଗାଣ ଅଧିକାରୀ ଶ୍ରୀହର୍ଷାଙ୍କ ଆଧାର କାର୍ଡ ଦାୟିତ୍ୱରେ ଥିବା କର୍ମଚାରୀ ଙ୍କୁ ସାଥୀରେ ଧରି ଚାଲି ଚାଲି ଯମୁନା କଅଁର ଙ୍କ ପାଖରେ ପହଞ୍ଚି ଆଧାର କାର୍ଡ ସହିତ ରାସନ୍ କାର୍ଡ ର ବ୍ୟବସ୍ଥା କରିଛନ୍ତି | ଯୋଗାଣ ଅଧିକାରୀ ଙ୍କ ଏହିଭଳି ଅସହାୟ ଲୋକଙ୍କ ପାଖରେ ପହଞ୍ଚି ତୁରନ୍ତ ଆଧାର କାର୍ଡ ସହିତ ରାସନ୍ କାର୍ଡ ର ବ୍ୟବସ୍ଥା କରିଥିବାରୁ ବିଭିନ୍ନ ସଙ୍ଗଠନ ର କର୍ମକର୍ତ୍ତା ଏବଂ ଅଞ୍ଚଳ ର ବୁଦ୍ଧିଜୀବୀ ମାନେ ଏଭଳି ପଦକ୍ଷେପ କୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଛନ୍ତି ।

