କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଶ୍ୱଶୁର ଘର ଆଗରେ ବୋହୁ ର ଧାରଣା । ବୋହୁ କୁ ପାଗେଳୀ କହି ଘରେ ପୁରାଇ ଦେଉ ନାହାନ୍ତି ଶାଶୁ ଘର ଲୋକେ ! ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅନ୍ତର୍ଗତ କୁର୍ଜଙ୍ଗା ପଞ୍ଚାୟତ ମହେଶପୁର ଗ୍ରାମରେ ! ସୂଚନା ମୁତାବକ କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଧୀନ ଗୋଲରାହାଟ ପଞ୍ଚାୟତ ଦୁମୁକାହାଟ ଗ୍ରାମର ଝିଅ ସୋନାଲି ବିନ୍ଦୁ ନାୟକ ଙ୍କର କୁର୍ଜଙ୍ଗା ପଞ୍ଚାୟତ ମହେଶପୁର ଗ୍ରାମର ସୁବାଷ ଚନ୍ଦ୍ର ସାମଲଙ୍କ ସହିତ ବୈଦିକ ରୀତି ଅନୁସାରେ ବିବାହ ହୋଇଥିଲା ! ହେଲେ ଝିଅର ମୁଣ୍ଡ ଦୋଷ ଅଛି ପାଗେଳୀ କହି ଝିଅକୁ ତା ବାପ ଘର କୁ ପଠାଇ ଦେବା ପାଇଁ ଚକ୍ରାନ୍ତ କରି ସୋନାଲି ଙ୍କ ସହିତ ଝଗଡା କରିଥିଲେ ଶାଶୁ ଘର ଲୋକେ । ପରେ ଉଭୟ ଙ୍କ ସରପଞ୍ଚ ଓ ଗ୍ରାମର କିଛି ଭଦ୍ର ଲୋକଙ୍କୁ ନେଇ ଏକ ବୈଠକ ହୋଇଥିଲା । ବୈଠକରେ ଝିଅ ତା ବାପ ଘରେ ଦୁଇମାସ ରହିବ ଓ ପରେ ଶାଶୁ ଘର ଲୋକେ ଯାଇଁ ଝିଅକୁ ଆଣିବେ ବୋଲି ଫଇସଲା ହୋଇଥିଲା ! ହେଲେ ଦୁଇ ମାସ ବିତି ତିନି ମାସ ହେଲାଣି ବୋହୁକୁ ନେବାକୁ ଆସିବା ତ ଦୁରର କଥା ବୋହୁଙ୍କ ସହ କଥା ବି ହେଉ ନାହାନ୍ତି ସ୍ୱାମି । ବାହାରେ ଥାଇ ମଧ୍ୟ୍ୟ ସ୍ତ୍ରୀ ସୋନାଲିଙ୍କ ନମ୍ବର କୁ ବ୍ଲକକରି ରଖିଛନ୍ତି ! ଏପଟେ ବୋହୁ ସୋନାଲିଙ୍କ ବାପ ମା, କରୋନା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଥିବା ବେଳେ ସୋନାଲି ଭଉଣୀ ଭିଣେଇ ଙ୍କ ପାଖରେ ରହିବା ସହିତ ତାଙ୍କର ସମସ୍ତ ଦାୟିତ୍ୱ ବୁଝିଥିଲେ ! ହେଲେ ଆଜି ସୋନାଲି ତାଙ୍କ ଶାଶୁ ଘରକୁ ଆସିଥିବା ବେଳେ ଶାଶୁ ସୋନାଲି ଙ୍କୁ ଦେଖି କବାଟ ଦେଇ ଦେବା ସହ ତୁ ପାଗେଳୀ ବୋଲି କହି ସୋନାଲି ଙ୍କୁ ଘରୁ ତଡି ଦେଇଥିଲେ । ଯାହା ଫଳରେ ବୋହୁ ସୋନାଲି ଘର ଆଗରେ ଧାରଣା ରେ ବସିଥିବା ଦେଖିବାକୁ ମିଳିଛି ! ଏପଟେ ଶାଶୁ ଘରଲୋକେ ଘର ଭିତରେ ପଶି ରହିଥିବା ବେଳେ ସ୍ୱାମୀ ବିଦେଶ ରେ ଥିବା ସୂଚନା ମିଳିଛି ! ଅନ୍ୟ ପକ୍ଷରେ ଶାଶୂଘର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ l ଖବର ପାଇ ଘଟଣାସ୍ଥଳରେ ଡେରାବିଶ ପୋଲିସ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି l
ଶ୍ୱଶୁର ଘର ଆଗରେ ବୋହୁ ର ଧାରଣା !!!

