ଓସମସ୍କା ଅଗ୍ନି ବିପନ୍ନ ଙ୍କୁ ଦଶପଲ୍ଲା ବିଧାୟକ ଙ୍କ ସହାୟତା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୂଆଗାଁ ବ୍ଲକ ଗୁମୀ ଗ୍ରା ପ ର ଓସମସ୍କା ଗ୍ରାମ ରେ କିଛି ଦିନ ତଳେ ୮ ବଖରା ଘର ଜଳି ଯାଇଥିବା ବେଳେ , ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ପହଞ୍ଚି ଅଗ୍ନି ବିପନ୍ନଙ୍କୁ ଖାଇବା ସାମଗ୍ରୀ, କମ୍ବଳ, ଲୁଗା, ସାର୍ଟ , ବେଡ଼ସିଡ ଇତ୍ୟାଦି ଏବଂ ଶୁଖିଲା ଖାଦ୍ୟ ବାଣ୍ଟିଥିଲେ l ବିଧାୟକ ଙ୍କ ସହ ନୂଆଗାଁ ବ୍ଲକ ଅଧକ୍ଷ୍ୟା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, କନ୍ଧମାଳ ସାଂସଦ ଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର, ନୂଆଗାଁ ବ୍ଲକ ସାଂସଦ ପ୍ରତିନିଧି ବିଜୟ ସାସମଲ, ସରପଞ୍ଚ ବବ୍ରୁ ମହାରଣା, ଯୁବନେତା ତଥା ସମିତି ସଭ୍ୟ ସଞ୍ଜୀବ କୁମାର ଡାକୁଆ , ଗୁମୀ ବିଜେଡି ସଭାପତି ଫକୀର ମୋହନ ସହୂ, ପୂର୍ବତନ ସରପଞ୍ଚ ସୁଧୀର ସାମନ୍ତରାୟ, ଯୁବ ସଭାପତି ଅବନ୍ତୀ ସାହୁ , 0 ଛାତ୍ର ସଭାପତି ଶଶାଙ୍କ ହରିଚନ୍ଦନ ଇତ୍ୟାତି ଉପସ୍ଥିତ ଥିଲେ l

 

Leave a Reply

Your email address will not be published. Required fields are marked *