ବିଷ୍ଣୁପ୍ରିୟା ଦେବୀ ସେବା ସମ୍ମାନ – ୨୦୨୨ ପ୍ରଦାନ ନେଇ ପ୍ରସ୍ତୁତି ଚୁଡାନ୍ତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାଜ୍ୟର ଅଗ୍ରଣୀ ସାମାଜିକ ସଂଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ ( ବିସିଟି ) ର ଅଷ୍ଟମ ପ୍ରତିଷ୍ଠା ଦିବସ ଚଳିତ ମାସ ଡିସେମ୍ବର ୧୫ ତାରିଖ ( ଗୁରୁବାର ) ଅଟିରା, ବରୀ, ଯାଜପୁର ଠାରେ ଅନୁଷ୍ଠିତ ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି । ପ୍ରତିବର୍ଷ ଭଳି ଏହି ବର୍ଷ ବିଭିନ୍ନ ଦିଗରେ କୃତିତ୍ବ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ “ବିଷ୍ଣୁପ୍ରିୟା ଦେବୀ ସେବା ସମ୍ମାନ – ୨୦୨୨” ପ୍ରଦାନ କରାଯିବାକୁ ସ୍ଥିର କରାଯାଇଛି ! ସେବା ଶିବିରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ଉତ୍କଳ ହସ୍ପିଟାଲ, ନୀଳାଦ୍ରି ବିହାର – ଭୁବନେଶ୍ୱରର ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ମାଗଣା ସ୍ୱାସ୍ଥ୍ୟ ସେବା ଶିବିର, ରୋଟାରୀ ଚକ୍ଷୁ ଚିକିତ୍ସାଳୟ, କଟକ ଦ୍ୱାରା ମାଗଣା ଚକ୍ଷୁ ଚିକିତ୍ସା ଶିବିର, କର୍କଟ ସଚେତନତା ଶିବିର, ରକ୍ତଦାନ ସଚେତନତା ଶିବିର, ଅଙ୍ଗଦାନ ପଞ୍ଜିକରଣ ଶିବିର ଆଦି ଅନୁଷ୍ଠିତ ହେବାର ବ୍ୟବସ୍ଥା ରହିଛି । ଏହି ମହତ ସେବାରେ ବିପୁଳ ସଂଖ୍ୟାରେ ଯୋଗଦାନ କରିବାକୁ ଟ୍ରଷ୍ଟର ପ୍ରତିଷ୍ଠାତା ସମାଜସେବୀ ଇଂ.ବିମଳ ଚନ୍ଦ୍ର ଦାସ, ସମ୍ପାଦକ ପ୍ରିନ୍ସ ନନ୍ଦ ସାଧାରଣରେ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *