ବକଟା ଜଙ୍ଗଲରୁ ଅଜଣା ବ୍ୟକ୍ତି ଙ୍କ ଶବ ଉଦ୍ଧାର !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଳକ ଅନ୍ତର୍ଗତ ଘୋଳାହାଣ୍ଡି ନିକଟରେ ଥିବା ବକଟା ଜଙ୍ଗଲରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ କରିଛି ଦଶପଲ୍ଲା ପୋଲିସ । ସେହି ଅଜଣା ବ୍ୟକ୍ତିଙ୍କୁ ୪୦ – ୪୨ବର୍ଷ ବୟସ ହେବ ବୋଲି ଅନୁମାନ କରାଯାଉଛି । ଦଶପଲ୍ଲା ଥାନା ଅଧିକାରୀ ବସନ୍ତ କୁମାର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଦଶପଲ୍ଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ କେଶ ନମ୍ବର ୨୫ / ୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *