ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ସଭାପତି ଭାରତ ଭୂଷଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ସ୍ୱତନ୍ତ୍ର ଅଧିବେଶନ । ସାହିତ୍ୟ ଏକାଡେ଼ମୀ ଗଜପତି ଜିଲ୍ଲା ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ସ୍ଵାଗତ ସମ୍ଭାଷଣ ଏବଂ ପରିଚୟ ପ୍ରଦାନ କରିଥିବା ବେଳେ ମୁଖ୍ୟ ଉପଦେଷ୍ଟା ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଉତ୍କଳ ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କରେ ବୁଝାଇଥିଲେ । ଉପଦେଷ୍ଟା ବିନୋଦ ଚନ୍ଦ୍ର ଜେନା ସାଂପ୍ରତିକ ସମୟରେ ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା ଓ ସାହିତ୍ୟର ସୁରକ୍ଷା ଜରୁରୀ କହିଥିଲେ । ସମ୍ପାଦକ ଲିଙ୍ଗରାଜ ପ୍ରସାଦ ଦାଶ ନବ ନିର୍ବାଚିତ ସଭ୍ୟ / ସଭ୍ୟା ଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ କହିଥିଲେ । ଶେଷରେ ଗୌରହରି ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଶରତ ସାହୁ, ପ୍ରମୋଦ ଚନ୍ଦ୍ର ପାଢ଼ୀ, ସତ୍ୟନାରାୟଣ ମହାରଣା, ଜଗଦୀଶ ମହାପାତ୍ର, ଡ.କଲ୍ୟାଣୀ ମିଶ୍ର, ନରସିଂହ ଗୌଡ଼, କୈଳାସ ପଟନାୟକ,ରମେଶ ହୋତା ପ୍ରଭୃତି ନିଜ ନିଜର ବକ୍ତବ୍ୟ ରଖିଥିଲେ ।
ଉତ୍କଳ ସମ୍ମିଳନୀ ଗଜପତି ଶlଖା ଆନୁକୁଲ୍ୟରେ ସ୍ବତନ୍ତ୍ର ଅଧିବେଶନ !!!

