ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଚାଷୀଙ୍କର ସଫା, ଶୁଖିଲା, ଭଲ ଧାନ କୁ ବିନା କଟନି ଛଟନିରେ କିଣା ଯିବା ପାଇଁ ଚାଷୀମାନେ ଦାବି କରିଛନ୍ତି । ମଣ୍ଡିରେ ମିଲରଙ୍କ ବେଆଇନ୍ ଧାନକାଟ୍, ସଫା , ଶୁଖିଲା ଏଫ.ଏ.କ୍ୟୁ ଧାନ ଉପରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ରଖିଛି ନବ ନିର୍ମାଣ କୃଷକ ସଂଗଠନ ! ସମସ୍ତ ଧାନ ନିର୍ଦ୍ଧାରିତ ସମୟ ଅନୁସାରେ ଉଠାଇବାକୁ ମିଲର ଙ୍କୁ ଆଦେଶ ଦେବାକୁ ଜିଲ୍ଲାପାଳ ନୟାଗଡ ଙ୍କୁ ଦାବୀପତ୍ର ପ୍ରଦାନ ! ଜିଲ୍ଲା ଯୋଗାଣ କ୍ରୟ ସମିତି ବୈଠକରେ ଧାନକିଣା ସମ୍ପର୍କରେ ନିଷ୍ପତି ହୁଏ ! ଏହି ବୈଠକ ଜିଲ୍ଲାରେ ହୋଇ ସାରିଲା ପରେ ନୟାଗଡ଼ ଜିଲ୍ଲାରେ ମିଲର , ସମବାୟ ସମ୍ପାଦକ , ସମବାୟ ସଭାପତି ଏହି ତିନିଜଣ ଅସାଧୁ ମେଣ୍ଟ ଗାଁ ଗାଁ ବୁଲି ମଣ୍ଡିରୁ ଧାନକାଟ୍ ପାଇଁ ଚାଷୀଙ୍କୁ ଧମକାଉଛନ୍ତି । ଧାନକାଟ ନଦେଲେ ଧାନ ଉଠାଇବୁ ନାହିଁ ବୋଲି ପ୍ରଚାର କରୁଛନ୍ତି । ସ୍ଥାନୀୟ ଶାସକ ଦଳ ନେତୃବୃନ୍ଦ ପରୋକ୍ଷରେ ଚାଷୀମାନଙ୍କୁ କହୁଛନ୍ତି ଯେ , ମିଲର ଧାନ ନ ଉଠାଇଲେ ଧାନ ଉଠାଇବ କିଏ ? ସଫା , ଶୁଖିଲା , ଏଫଏକ୍ୟୁ ମାନର ଧାନ ମଣ୍ଡିକୁ ଆଣିଥିଲେ ବି ଭୟରେ ୮ – ୧୦ କେଜି ଧାନ କାଟ୍ ଦେଉଛନ୍ତି । ଓଡ଼ିଶା ସରକାରଙ୍କର ଯୋଗାଣ ବିଭାଗ ମାର୍ଗଦର୍ଶିକା ଅନୁସାରେ ଧାନ କୁ ମିଲର କିଣୁନାହାନ୍ତି । ଖୋଦ୍ ଯୋଗାଣ ବିଭାଗ ଅଧିକାରୀ ଉପ-ଜିଲ୍ଲାପାଳଙ୍କୁ ଏନେଇ ଅବଗତ କଲା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ବିଗତ ୪ ବର୍ଷରେ ଜଣେ ବି ଚାଷୀ ଟଙ୍କାଟିଏ ଅଖା ଟଙ୍କା ପାଇ ନାହାନ୍ତି । ସମବାୟ ସମ୍ପାଦକ ମାନେ ଅଖା ରେଜିଷ୍ଟର୍ ମେଣ୍ଟେନ କରୁନାହାନ୍ତି । ଧାନ କରୁ ନଥିବା ଚାଷୀଙ୍କ ନାମରେ ଅସାଧୁ ବ୍ୟବସାୟୀ ମାନେ ଧାନ ବିକୁଛନ୍ତି । ଏହି ଅସାଧୁ ବ୍ୟବସାୟୀ ମାନେ କୁଇଂଟାଲ ପିଛା ଶହ ଶହ ଟଙ୍କା ଲାଭ ପାଉଥିବାରୁ ସେମାନେ କାଟ୍ ଦେବାକୁ ରାଜି ହୋଇ ଯାଉଛନ୍ତି । ମିଲର ମାନେ ସ୍ଥାନୀୟ ଲୋକ ହୋଇଥିବାରୁ ମଣ୍ଡିରେ ଏପ୍ରକାର ବିଭ୍ରାଟ କରୁଛନ୍ତି । ଲିଖିତ ଅଭିଯୋଗ ଉପରେ ଅସାଧୁ ମିଲରଙ୍କୁ ଧାନ କିଣାରେ ବାଦ କରିବା ଓ ସମିତି ସମ୍ପାଦକଙ୍କୁ ନିଲମ୍ବନ କରିବା ପାଇଁ ଦାବି କରିଛି ସଂଗଠନ !
ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର !!!

