କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚାନ୍ଦୋଳ ବଜ଼ାର ଠାରେ ବିଜୁ ଜନତା ଦଳ ପକ୍ଷରୁ ୨୬ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।ଚାନ୍ଦୋଳ ବଜ଼ାର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପାଟକୁରାର ବିଧାୟିକା ସାବିତ୍ରୀ ଅଗ୍ରୱାଲ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସଞ୍ଜୟ ଅଗ୍ରୱାଲ ଙ୍କ ସମେତ ଡେରାବିଶ ବିଜେଡିର ସଭାପତି ଦେବାଶିଷ ଆଚାର୍ଯ୍ୟ ,ଗରଦପୁର ବ୍ଲକ ସଭାପତି ଶଶାଙ୍କ ପରିଡା ଏବଂ ଡେରାବିଶ ବ୍ଲକ ଆତ୍ମା ଅଧ୍ୟକ୍ଷ ଗଣେଶ୍ୱର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ହଜାର ହଜାର ବିଜେଡି କର୍ମୀ ଯୋଗଦେଇ ଦଳକୁ ଆଗାମୀ ଦିନରେ ଆହୁରି ସୃଦୁଢ଼ କରିବାକୁ ଶପଥ ନେଇଛନ୍ତି । କେନ୍ଦ୍ରାପଡା ଜିଲ୍ଲାର ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି , ତେଣୁ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଙ୍କ ହାତ ମୁଠାକୁ ଟାଣ କରିବାକୁ ସଂକଳ୍ପ ନେଇଛନ୍ତି ବିଜୁ ଜନତା ଦଳର ନେତା ଓ କର୍ମୀ ।
ଚାନ୍ଦୋଳ ବଜାର ଠାରେ ବିଜୁ ଜନତା ଦଳ ପକ୍ଷରୁ ୨୬ ତମ ପ୍ରତିଷ୍ଠା ଦିବସ ପାଳିତ !!!

