ମେଡିକାଲ ସ୍ଥାନାନ୍ତର ବିରୋଧରେ ବିଦ୍ରୋହ : ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପୁରୁଣା ହସ୍ପିଟାଲକୁ ବନ୍ଦ କରି ଦିଆଯିବା ଘଟଣାରେ ଅସନ୍ତୋଷ ପ୍ରକାଶ କରି ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ କରିଛି ମେଡିକାଲ ବଞ୍ଚାଅ କ୍ରିୟାନୁଷ୍ଠାନ କମିଟି । ଚଞ୍ଚକତା କରି ଉଠାଇ ନେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଏବେ ସହରାଞ୍ଚଳରେ ବସବାସ କରୁଥିବା ଏକ ଲକ୍ଷରୁ ଉଦ୍ଧ ଜନସାଧାରଣ ଙ୍କୁ ଭରସା ପାଲଟିଛି ୫ କିଲୋମିଟର ଦୂରରେ ଥିବା ନୂତନ ମେଡିକାଲ । ମେଡିକାଲ କଲେଜ ଦାବିରେ ଆନ୍ଦୋଳନ କରୁଥିବା ସହରର ସାଧାରଣ ଜନତା ଏବେ ପୂର୍ବରୁ ରହିଥିବା ସ୍ଥାନରେ ମେଡିକାଲ କୁ ରଖି ଦାବିରେ ଆନ୍ଦୋଳନ କୁ ଓହ୍ଲାଇଛନ୍ତି । ଏଥିପାଇଁ ମେଡିକାଲ ବଞ୍ଚାଅ କ୍ରିୟାନୁଷ୍ଠାନ କମିଟି ଗଢି ଆଜି ୧୨ ଘଣ୍ଟିଆ କେନ୍ଦ୍ରାପଡା ସହର ବନ୍ଦ କରିଛନ୍ତି । ଅପରପଟେ କିଛି ରାଜନୈତିକ ଦଳ ମଧ୍ୟ ଏହି ଆନ୍ଦୋଳନ କୁ ଦୃଢ ସମର୍ଥନ ଦେଇଥିବା ଦେଖିବାକୁ ମିଳିଥିବା ବେଳେ ରାଜ୍ୟ ସରକାର ଏହି ନିଷ୍ପତ୍ତି କୁ ବଦଳାନ୍ତୁ ନଚେତ ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ତୀବ୍ରତର କରିବାକୁ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *