ମାସକୁ ପାଞ୍ଚ କେଜି ଚାଉଳ ଉପରେ ନିର୍ଭର ୫ ପ୍ରାଣୀଙ୍କ ଜୀବନ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ବାହାବା ନେଉଛନ୍ତି ସରକାର ! ମାସକୁ ପାଞ୍ଚ କେଜି ଚାଉଳ ଉପରେ ନିର୍ଭର କରୁଛି ୫ ପ୍ରାଣୀଙ୍କ ଜୀବନ । ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ାଝୋଲା ପଂଚାୟତର ଘଡେ଼ଇ ବନ୍ଧ ଗ୍ରାମରେ ବାସ କରୁଛନ୍ତି ପାଞ୍ଚ ସଦସ୍ୟ ବିଶିଷ୍ଟ ପଛୁଆବର୍ଗ ପରିବାର । ସ୍ତ୍ରୀ ସପନା ନାଏକ ଓ ୩ ପୁଅ ଝିଅ ଙ୍କୁ ନେଇ ସନ୍ୟାସୀ ନାଏକ ଙ୍କ ପରିବାର । ପରିବାରର ସଦସ୍ୟ ସଂଖ୍ୟା ୫ ହୋଇଥିବା ବେଳେ, ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ପଞ୍ଚାୟତ ରୁ ଏହି ପରିବାରକୁ ମାସକୁ ମିଳୁଛି ମାତ୍ର ୫ କେଜି ରାସନ୍ ଚାଉଳ । ଯାହା ଫଲରେ ଏହି ଗରିବ ପରିବାର ନାହିଁ ନଥିବା ଦୁର୍ଦ୍ଦଶାର ସମୁଖୀନ ହେଉଥିବା ନେଇ ଅଭିଯୋଗ କରିଛନ୍ତି । ସୁଚନା ମୁତାବକ ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ ଗରିବ ଲୋକଙ୍କ ପାଇଁ ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ରାସନ୍ ସାମଗ୍ରୀ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ, ସେଥିରେ ଭୋଟ ରାଜନୀତି ଚାଲିଥିବା ନେଇ ଚର୍ଚ୍ଚା ହେଉଛି । କେହି ଉପାସରେ ରହିବେ ନାହିଁ ବୋଲି ସରକାରୀ କଳ ର ନେତା ଓ ମନ୍ତ୍ରୀ ମାନେ ବିଭିନ୍ନ ସଭା ସମିତିରେ ଡିଣ୍ଡିମ ପିଟୁଥିବା ବେଳେ, ନୂଆଗାଁ ବ୍ଲକ ର ଗ୍ରାମାଞ୍ଚଳ ରେ ଖାଦ୍ୟ ସୁରକ୍ଷା ଯୋଜନା କେମିତି କାର୍ଯ୍ୟକାରୀ ହେଉଛି , ଏହି ପରିବାର କୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡୁଛି ।

ଏହି ପରିବାର ସମସ୍ତ ୫ ଜଣ ସଦସ୍ୟ ଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରି ନିୟମ ଅନୁଯାୟୀ ସମସ୍ତଙ୍କୁ ରାସନ ଚାଉଳ ଯୋଗାଇଦେବା ସହିତ, ନୟାଗଡ଼ ଜିଲ୍ଲାର ଏହି ଅନୁନ୍ନତ ବ୍ଲକର ଗ୍ରାମାଞ୍ଚଳ ରେ ସରକାରଙ୍କ ଏହି ଖାଦ୍ୟ ସୁରକ୍ଷା ଯୋଜନା ରୁ ବାଦ ପଡ଼ିଥିବା ସମସ୍ତ ଗରିବ ପରିବାର କିପରି, ଏହି ଜନହିତକର ଯୋଜନାର ସୁଫଳ ପାଇ ପାରିବେ ସେଥି ପ୍ରତି ବିଭାଗୀୟ ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ଜିଲ୍ଲାପାଳ ଦୃଷ୍ଟି ଦେବା ପାଇଁ ସାଧାରଣ ରେ ଦାବି ହୋଇଛି । ଏଥି ନେଇ ନୂଆଗାଁ ବ୍ଲକ ଯୋଗାଣ ଅଧିକାରୀ ଶ୍ରୀହର୍ଷ ଙ୍କ ସହ ଗଣମାଧ୍ୟମ ପକ୍ଷରୁ ଯୋଗାଯୋଗ କରାଯାଇଥିଲା ହେଲେ, ସେ କହିଛନ୍ତି ବାହାଡାଝୋଲା ପଞ୍ଚାୟତରେ ଭାକାନସ ନାହିଁ, ଭାକନାସ ହେଲେ ସନ୍ୟାସୀ ପରିବାର କୁ ରାସନ୍ ଚାଉଳ ଯୋଗାଇ ଦିଆଯିବା ପାଇଁ ପ୍ରତିଶୃତି ଦେଇଛନ୍ତି । କିନ୍ତୁ ଏପଟେ ବ୍ଲକ ର ବିଭିନ୍ନ ପଞ୍ଚାୟତରେ ବଡ଼ ବଡ଼ିଆ ରାସନ୍ କାର୍ଡ ହାତେଇ ସରକାରୀ ରାସନ୍ ଚାଉଳ ବୋହୁଥିବା ବେଳେ ଅସହାୟ ଗରିବ ଲୋକଟି ଜଳକା ଭଳି ଅନେଇ ରହିଥିବା ଦେଖିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *