ସୁକିନ୍ଦା ରେଳପଥ ରେ ଆଜି ପ୍ରଥମ ଥର ପାଇଁ ଗଡିଲା ଟ୍ରେନ ଇଞ୍ଜିନ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା – ଅନୁଗୁଳ ରେଳପଥ ରେ ଆଜି ପ୍ରଥମ ଥର ପାଇଁ ଟ୍ରେନ ଇଞ୍ଜିନ ଚଳାଚଳ କରିଥିବା ଦେଖିବାକୁ ମିଳିଛି । ଏହି ରେଳପଥର ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ବୁଢ଼ାପଙ୍କ ଠାରୁ ବାଘୁଆପାଳ ପର୍ଯ୍ୟନ୍ତ ରେଳ ଇଞ୍ଜିନ ଗଡ଼ିଛି । ଏହି ନୂଆ ରେଳପଥର ପରିଚାଳନା ନିର୍ଦ୍ଦେଶକ ଦିଲ୍ଲୀପ କୁମାର ସାମନ୍ତରାୟଙ୍କ ଅକ୍ଳାନ୍ତ ପରିଶ୍ରମ ଓ ସମୟପଯୋଗୀ ନିର୍ଦ୍ଦେଶ ଫଳରେ ରେଳପଥର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଖୁବ୍‌ଶୀଘ୍ର ଏହି ରେଳପଥରେ ଟ୍ରେନ ଚଳାଚଳ କରିବ ବୋଲି ଶ୍ରୀ ସାମନ୍ତରାୟଙ୍କ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *